କନକ ବ୍ୟୁରୋ : ନୂଆ ଏନଏସି ଗଠନ ପ୍ରସ୍ତାବ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ଓ ନଗର ଉନ୍ନୟନ ବିଭାଗ। ୭ ଜିଲ୍ଲାପାଳଙ୍କୁ ଛାଡି ବାକି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ଏସିଏସ। ପୂର୍ବ ସରକାରଙ୍କ ଏନଏସି ଘୋଷଣା ଉପରେ ମାଗିଲେ ତଥ୍ୟ । ୫୭ଟି ନୂଆ ଏନଏସି ଗଠନ ପାଇଁ ପୂର୍ବ ବଜେଡି ସରକାର ଘୋଷଣା କରିଥିଲା । କିନ୍ତୁ ଏ ବାବଦରେ ବିଭାଗ ପାଖରେ କୌଣସି ତଥ୍ୟ ନଥିଲା। ଯାହାଫଳରେ ନୂଆ ଏନଏସି ଗଠନ ଦିଗରେ ବାଧକ ସୃଷ୍ଟି ହୋଇଥିଲା। ତେଣୁ ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ତଥ୍ୟ ମାଗିଛନ୍ତି ମୋହନ ସରକାର। ଦେବଗଡ, ଗଜପତି, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାପାଳଙ୍କୁ ନୂଆ ଏନଏସି ଗଠନ ବାବଦରେ କୌଣସି ତଥ୍ୟ ମଗାଯାଇନାହିଁ।
ନୂଆ ଏନଏସି ଗଠନ ପ୍ରସ୍ତାବ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠି । ୭ ଜିଲ୍ଲାପାଳଙ୍କୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି
କିନ୍ତୁ ଏ ବାବଦରେ ବିଭାଗ ପାଖରେ କୌଣସି ତଥ୍ୟ ନଥିଲା। ଯାହାଫଳରେ ନୂଆ ଏନଏସି ଗଠନ ଦିଗରେ ବାଧକ ସୃଷ୍ଟି ହୋଇଥିଲା। ତେଣୁ ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ତଥ୍ୟ ମାଗିଛନ୍ତି ମୋହନ ସରକାର। ଦେବଗଡ, ଗଜପତି, ଝାରସୁଗୁଡା, କେନ୍ଦୁଝର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାପାଳଙ୍କୁ ନୂଆ ଏନଏସି ଗଠନ ବାବଦରେ କୌଣସି ତଥ୍ୟ ମଗାଯାଇନାହିଁ।