ଉପାନ୍ତରେ ଆବାସ ଉପହାସ : ନିର୍ମାଣ କରିସାରିଛି, ହିତାଧିକାରୀଙ୍କୁ ମିଳିନାହିଁ

Advertisment

ପକାଘର କାର୍ଯ୍ୟାଦେଶ ମିଳିଛି, ଘର ନିର୍ମାଣ ସରିଛି, ହେଲେ ହିତାଧିକାରୀଙ୍କୁ ମିଳିନାହିଁ। ଅନ୍ୟପଟେ ନିର୍ମାଣ ସରିଥିବା ଆବାସ ଗୃହ ଏବେ ବଣ ଜଙ୍ଗଲ ପାଲଟିଛି। ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ନିକଟରେ ଥିବା ଶ୍ରୀହରି କଲୋନି  ଠାରେ ନିର୍ମାଣ କରାଯାଇଥିବା ଆବାସ ଗୃହ ବିକାଶର ଚିତ୍ର ବୟାନ କରୁଛି ।  

ପକାଘର କାର୍ଯ୍ୟାଦେଶ ମିଳିଛି, ଘର ନିର୍ମାଣ ସରିଛି, ହେଲେ ହିତାଧିକାରୀଙ୍କୁ ମିଳିନାହିଁ। ଅନ୍ୟପଟେ ନିର୍ମାଣ ସରିଥିବା ଆବାସ ଗୃହ ଏବେ ବଣ ଜଙ୍ଗଲ ପାଲଟିଛି। ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ନିକଟରେ ଥିବା ଶ୍ରୀହରି କଲୋନି  ଠାରେ ନିର୍ମାଣ କରାଯାଇଥିବା ଆବାସ ଗୃହ ବିକାଶର ଚିତ୍ର ବୟାନ କରୁଛି ।  

Awas tension

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ଆବାସ ଯୋଜନା ସାତ ସପନ । କେଉଁଠି ଘର ନିର୍ମାଣ ସରିଛି, ହେଲେ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ହସ୍ତାନ୍ତର ହୋଇନି, ଆଉ କେଉଁଠି ମୂଳରୁ କାମ ଆରମ୍ଭ ହୋଇନାହିଁ । ଫଳରେ ଅନେକ ଅଭାବୀ ପରିବାର ଆଜି ବି ଦଦରା ଘରେ ପିଲାଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜିଛନ୍ତି । ବର୍ଷ ବର୍ଷର ଅପେକ୍ଷା ପରେ ବି ଆବାସ ତାଲିକାରେ ସାମିଲ ହୋଇପାରୁନାହାନ୍ତି । ସେପଟେ ବ୍ଲକ ପ୍ରଶାସନ କହୁଛି, ଆବାସରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ହିତାଧିକାରୀ । 

ଏହା ବି ପଢ଼ନ୍ତୁ: ପମ୍ପ ହାଉସ୍‌ ଘର ନିର୍ମାଣରେ ଅହେତୁକ ବିଳମ୍ୱ, ନିମ୍ନମାନ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ !

ପକାଘର କାର୍ଯ୍ୟାଦେଶ ମିଳିଛି, ଘର ନିର୍ମାଣ ସରିଛି, ହେଲେ ହିତାଧିକାରୀଙ୍କୁ ମିଳିନାହିଁ । ଅନ୍ୟପଟେ ନିର୍ମାଣ ସରିଥିବା ଆବାସ ଗୃହ ଏବେ ବଣ ଜଙ୍ଗଲ ପାଲଟିଛି ।  ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ନିକଟରେ ଥିବା ଶ୍ରୀହରି କଲୋନୀ ଠାରେ ନିର୍ମାଣ କରାଯାଇଥିବା ଆବାସ ଗୃହ ବିକାଶ ଅସଲ ଚିତ୍ର ବୟାନ କରୁଛି । ପାଞ୍ଚ ବର୍ଷ ତଳୁ ପକ୍କାଘର ନିର୍ମାଣ କରିସାରିଛି ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ । ହେଲେ ଆଜି ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଯୋଗାଇ ପାରିଲା ନାହିଁ । ୧୦ରୁ ୧୫ ହିତାଧିକାରୀଙ୍କ ଲାଗି ଆସିଥିବା ଘରର ଅବସ୍ଥା ନକହିବା ଭଲ । କେଉଁଠି ଝରକା ଭାଙ୍ଗି ଗଲାଣି ତ ଆଉ କେଉଁଠି କବାଟ ନାହିଁ । ଘରର ଚାରିପଟେ ଜଙ୍ଗଲ ପରିବେଶ ସୃଷ୍ଟି ହେଲାଣି, ଆଉ ଏହାର ସୁଯୋଗ ନେଇ ଆଡ୍ଡା ଜମାଇଲେଣି ଅସାମାଜିକ ବ୍ୟକ୍ତି ।

ଆବସ ଘର ତ ଦେଖିଲେ ଏବେ ଦେଖନ୍ତୁ ପକ୍କାଘର ଅପେକ୍ଷାରେ ଥିବା ଅଭାବୀ ପରିବାରକୁ । ଚିତ୍ରକୋଣ୍ଡା ପଞ୍ଚାୟତ ସ୍ଥିତ ଶ୍ରୀହରି କୋଲନୀର ଦେବକୀ ସାଗର । ସ୍ୱାମୀ-ସ୍ତ୍ରୀ ମୁଲ ଲାଗିଲେ ଘର ଚଳେ । ଦିନେ କାମ ନକଲେ ଉପାସ ରହୁଥିବା ପରିବାର, ନିଜ ସମ୍ବଳରେ ପକ୍କାଘର କରିବାକୁ ସାହାଜ ଜୁଟେଇ ପାରୁନାହିଁ । ତେଣୁ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ଆବାସ ଘରଟିଏ ପାଇଁ ବାରମ୍ବାର ପଞ୍ଚାୟତଠୁ ବ୍ଲକ କାର୍ଯ୍ୟାଳୟ ଧାଇଁଛନ୍ତି, ବାରବାର ଆବେଦନ କରିଛନ୍ତି । ହେଲେ ଆବାସ ହିତାଧିକାରୀ ତାଲିକାରେ ଯୋଡ଼ି ହୋଇପାରିନାହାନ୍ତି । କେବଳ ଦେବକୀ ନୁହନ୍ତି, ଅନେକ ପରିବାର ଘର ଅପେକ୍ଷାରେ ଅଛନ୍ତି, ତଥ୍ୟ ଅନୁଯାୟୀ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ  ୧୮ଟି ପଞ୍ଚାୟତ ପାଇଁ ୨୦୨୧-୨୨ ଓ ୨୪-୨୫ ଆର୍ଥିକ ବର୍ଷରେ ୧୨୬୭ଟି ପ୍ରଧାନମନ୍ତ୍ରୀ ଆବାସ ଆସିଥିଲା । ନିର୍ମାଣ ହୋଇଛି ୫୬୨ ଘର, ୭୦୫ଟି ଘର ଅସମ୍ପୂର୍ଣ୍ଣ । ସେହିଭଳି ୨୦୨୪-୨୫ ଓ ୨୫-୨୬ ଆର୍ଥିକ ବର୍ଷରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆସିଛି ୫୯୪ ଘର
ଏବେ ସୁଦ୍ଧା ମାତ୍ର ୨୪ଟି ଘର ସମ୍ପୂର୍ଣ୍ଣ ହୋଇଛି । ଯାହା ଏବେ ଚିତ୍ରକୋଣ୍ଡା ବ୍ଲକର ଆବାସ ଯୋଜନା ବଣ୍ଟନରେ ଅବ୍ୟବସ୍ଥାକୁ ପୋଦାରେ ପକାଇଛି ।
ଆବାସ ସଂପର୍କରେ ଚିତ୍ରକୋଣ୍ଡା ବିଡିଓ କହିଛନ୍ତି, ନିର୍ମାଣ ହୋଇଥିବା ଘରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଆଉ ଯେଉଁ ସବୁ ଆବାସ ଗୃହ ନୂତନ ଭାବରେ ଦିଆଯାଇଛି ତାହାର ତୁରନ୍ତ ସମ୍ପୂର୍ଣ ହେବ । ତେବେ ଦେଖିବାକୁ ବାକି ରହିଲା କେବେ ଆବାସ ଯୋଗାଇବାରେ ସଫଳ ହେଉଛି ବ୍ଲକ ପ୍ରଶାସନ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe