ବିପଦପୂର୍ଣ୍ଣ ଘରେ ୭ ପ୍ରାଣୀ କୁଟୁମ୍ବ, ଅଭାବୀ ପରିବାରଠୁ ଯୋଜନ ଦୂରରେ ଯୋଜନା

Advertisment

ଅଭାବୀ ପରିବାର ପାଇଁ ପରିହାସ ପାଲଟିଛି ସରକାରୀ କୋଠାଘର । ସାତ ପ୍ରାଣୀ ପାଇଁ ସାତ ସପନ ଆବାସ ଯୋଜନା । ଦଦରା ଦୟନୀତ ଅବସ୍ଥାରେ ବିତୁଛି ଦିନ । ବାରମ୍ବାର ଆବେଦନ ପରେ ବି ପ୍ରଶାସନ ନଜର ପଡ଼ୁନଥିବା ଅଭିଯୋଗ ।  

ଅଭାବୀ ପରିବାର ପାଇଁ ପରିହାସ ପାଲଟିଛି ସରକାରୀ କୋଠାଘର । ସାତ ପ୍ରାଣୀ ପାଇଁ ସାତ ସପନ ଆବାସ ଯୋଜନା । ଦଦରା ଦୟନୀତ ଅବସ୍ଥାରେ ବିତୁଛି ଦିନ । ବାରମ୍ବାର ଆବେଦନ ପରେ ବି ପ୍ରଶାସନ ନଜର ପଡ଼ୁନଥିବା ଅଭିଯୋଗ ।  

Awas Scheme Fraud

କନକ ବ୍ୟୁରୋ: ପରିହାସ ପାଲଟିଛି ଆବାସ ଯୋଜନା । ଏଠି ସରକାରୀ ଯୋଜନା ଯୋଜନ ଯୋଜନ ଦୂରରେ। ଗୁହାରି କଲେ ବି ମିଳୁନି ଘର ଖଣ୍ଡିଏ। ବିପଦପୂର୍ଣ୍ଣ ଘରେ ସାତ ପ୍ରାଣୀ କୁଟୁମ୍ଭ ବସବାସ କରୁଥିବା ବେଳେ, ଏମାନଙ୍କ ପାଇଁ ସରକାର ଙ୍କ ଯୋଜନା ସାତ ସପନ ପାଲଟିଛି ।

ଏହା ବି ପଢ଼ନ୍ତୁ; କୋର୍ଟ ଆଗରେ ଗଡ଼ିଲା ମୁଣ୍ଡ, ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ
 
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଚାରଭାଟି ଗ୍ରାମର ଗୋଟିଏ ପରିବାର ବିପଦପୂର୍ଣ୍ଣ ଘରେ ବସବାସ କରୁଥିବା ବେଳେ, ଘର ଖଣ୍ଡିଏ ପାଇଁ ଗୁହାରି କରି କରି ଧକି ଗଲେଣି। ଖରର ମୁରବି ଖଟିଆ ଧରିଲେଣି। ଦୁଇ ପୁଅ, ବୋହୂ, ନାତି ନାତୁଣୀ ସହ ବୃଦ୍ଧା ସ୍ତ୍ରୀଙ୍କୁ ନେଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଯୁଧିଷ୍ଠିର ପ୍ରଧାନ ପରିବାର। ପୁଅ ଦୁହେଁ ମୂଳ ଲାଗିରେ ପରିବାର ଚଳେ। ପରିବାର ଆର୍ଥିକ ସ୍ୱଚ୍ଛଳତା ନାହିଁ। ତେଣୁ ନିଜ ସମ୍ବଳରେ ଛାତ ଘରଟିଏ କରିବା ଏଇ ଦୁଃଖୀ ପରିବାର ପକ୍ଷେ ସମ୍ଭବ ନୁହେଁ। ଏବେ ରହୁଥିବା ଘରର କାନ୍ଥ ଭାଙ୍ଗିବା ଉପରେ, ଗଛ ଢିରାରେ ଅଟକିଛି। ନଚେତ କେତେବେଳେ ବି ଭାଙ୍ଗି ପଡ଼ିବ କହିହେବ ନାହିଁ। ଖରା, ବର୍ଷା, ଶୀତ କାକରରେ ସବୁ ବିତୁଛି ଏହି ଦଦରା ଘରେ। କିଏ ବାହାରେ ତ କିଏ ଦାଣ୍ଡ ଦୁଆରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି । 

ସରକାର ଗରିବ ହିତାଧିକାରୀଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ବିଭିନ୍ନ ଯୋଜନାରେ ଘର ଦେଉଥିବା ବେଳେ ଏମାନଙ୍କ ପାଇଁ ପରିହାସ ପାଲଟିଛି ଏହି ଯୋଜନା। ଏନେଇ କୁଚିଣ୍ଡା ବିଡିଓ କୁହନ୍ତି, ଅନ୍ତୋଦୟ ଯୋଜନାରେ ସାମିଲ ପାଇଁ ପିଇଓଙ୍କୁ ନିର୍ଦେଶ ଦେଇଛି। ଯୋଗ୍ୟ ଲୋକଙ୍କୁ ଘର ଦିଆଯାଉଛି ଆଉ ଦିଆଯିବ । ଗରିବଙ୍କ ଗୁହାରି ଶୁଣି ଘର ଖଣ୍ଡିଏ ଯୋଗେଇଦେବା ଦେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe