କନକ ବ୍ୟୁରୋ: ବଣ୍ତାଘାଟିରେ ଆବାସ ଫେଲ୍ । ଆଗକୁ ବଢୁନି ଆବାସ ଗୃହ ନିର୍ମାଣ କାମ । କିଏ ଫାଉଣ୍ତେସନ୍ ସ୍ତରରେ ତ ଆଉ କିଏ ହାତ କରଜ କରି ସ୍ଲାପ୍ ସ୍ତରରେ ଅଟକିଛି । ପ୍ରଶାସନର ଅନୁଦାନକୁ ଅପେକ୍ଷା କରିଛନ୍ତି ହିତାଧିକାରୀ । ଗତ କିଛି ମାସ ତଳେ ଖୋଦ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ବଣ୍ତାଘାଟି ଗ୍ରସ୍ତ କରି ଆବାସ ପାଇଁ ୫୦ ହଜାର ଅତିରିକ୍ତ ଅନୁକମ୍ପା ରାଶି ଘୋଷଣା କରିଥିଲେ । ହେଲେ ଆଜିଯାଏଁ ଅର୍ଥ ରାଶି ଅନୁମୋଦନ ହୋଇନଥିବାରୁ ବଣ୍ତା ହିତାଧିକାରୀ ଅନାଇ ବସିଛନ୍ତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିର ପଡେଇଗୁଡା ଗାଁର ଆଦିବାରୀ କିର୍ଷାନୀ । ଗତ ୨୦୨୩ - ୨୪ ଆର୍ଥିକ ବର୍ଷରେ ତାଙ୍କୁ ଆବାସ ଗୃହ ମିଳିଥିଲା । ସମ୍ପୂର୍ଣ୍ଣ କରି ୬ ମାସ ବିତିଲାଣି କିନ୍ତୁ ଫାଇନାଲ ବିଲ କରିନାହାନ୍ତି ବିଭାଗୀୟ ବାବୁ । ଧାର କରଜ କରି ଘର ସମ୍ପୂର୍ଣ୍ଣ କରିଥିଲେ ଆଦିବାରୀ । ହେଲେ ଉପ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଅନୁଦାନ ଆଶା ଓ ଫାଇନାଲ ବିଲ ତାଙ୍କ ପାଇଁ ନିରାଶ କରିଛି ।
ବଣ୍ତାଘାଟିରେ ଆବାସ ଫେଲ୍
ଖଇରିପୁଟ୍ ବ୍ଲକରେ କେବଳ ଜନମନ ଯୋଜନାରେ ମିଳିଛି ଘର
ଅଣ୍ଡ୍ରାହଲ ପଞ୍ଚାୟତ ପାଇଁ ଆସିଛି ୫୭୦ ଘର
ନିର୍ମାଣ ହୋଇଛି ୧୫ଟି ଘର
ମୁଦୁଲିପଡ଼ା ପଞ୍ଚାୟତ ପାଇଁ ଆସିଛି ୫୯୧ ଘର
ସଂପୂର୍ଣ୍ଣ ହୋଇଛି ମାତ୍ର ୧୪ଟି ଘର
ମାଡ଼କାପଦରରେ ୬୭ ଜଣ ହିତାଧିକାରୀଙ୍କୁ ଘର ମିଳିଛି
ତିଆରି ହୋଇଛି ମାତ୍ରା ଗୋଟିଏ ଘର
ବଡ଼ଡୁରାଲ ପଞ୍ଚାୟତରେ ୨୭ଟି ଘର ଆସିଛି
ତିଆରି ହୋଇଛି ୬ଟି ଘର