କନକ ବ୍ୟୁରୋ :  ଡିସେମ୍ବର ଶେଷ ପର୍ଯ୍ୟନ୍ତ ବିଧାନସଭା ଶୀତ ଅଧିବେଶନ ଚାଲିବ ବୋଲି ଧାର୍ଯ୍ୟ  ହୋଇଥିଲା । କିନ୍ତୁ ୧୮ ଦିନ ଆଗରୁ ବନ୍ଦ ହୋଇଯାଇଛି ଗୃହ । ରାଜ୍ୟର ଅନେକ ସମସ୍ୟା ଓ ଲୋକଙ୍କ କଥା ଥିଲେ ବି ସରକାର ଆଗୁଆ ବିଧାନସଭା ବନ୍ଦ କରିଦେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

Advertisment

ଅଧିକ ପଢ଼ନ୍ତୁ : ବିଧାନସଭାରେ ପାରିତ ହେଲା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍-୨୦୨୫, ଏବେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଟପିଲା ୩ ଲକ୍ଷ ଟଙ୍କା

ନଭେମ୍ୱର ୨୭ରୁ ଡିସେମ୍ବର ୩୧ ଯାଏଁ ବିଧାନସଭା ଚାଲିବ ବୋଲି ପ୍ରକାଶ ପାଇଥିଲା ବିଜ୍ଞପ୍ତି । ରାଜ୍ୟରେ ମାଳ ମାଳ ପ୍ରସଙ୍ଗ ମଧ୍ୟ ଥିଲା । ୮୦ରୁ ଅଧିକ ଥିଲେ ନୂଆ ବିଧାୟକ, ଯେଉଁମାନେ ବିଧାନସଭାରେ ଅଂଶଗ୍ରହଣ କରି ନିଜ ନିଜ ଅଂଚଳର ପ୍ରସଙ୍ଗ ଉଠାଇପାରିଥାନ୍ତେ । ହେଲେ ମାତ୍ର ୧୧ ଦିନ ଗୃହକାର୍ଯ୍ୟ ଚାଲିଲା। ଆହୁରି ୧୮ଟି କାର୍ଯ୍ୟଦିବସ ପୂର୍ବରୁ ବନ୍ଦ ହୋଇଗଲା ବିଧାନସଭାର ଶୀତ ଅଧିବେଶନ । ପ୍ରଶ୍ନ ଉଠୁଛି, କାହିଁକି ଚାଲିପାରିଲାନି ବିଧାନସଭାର ଧାର୍ଯ୍ୟ ଅଧିବେଶନ ? ନିଜ ଦାବି ପୂରଣ ହୋଇଗଲା, ଅନ୍ୟମାନେ ଦାବି କରିବେ ବୋଲି ମିଳିମିଶି ବନ୍ଦ କରିଦେଲେ ବିଧାନସଭା ବୋଲି ଚର୍ଚ୍ଚା ହେଉଛି । 

ଅଧିକ ପଢ଼ନ୍ତୁ : ଦୁର୍ନୀତିଖୋରଙ୍କ ଅଣ୍ଟା ଭାଙ୍ଗୁଛି ଭିଜିଲାନ୍ସ: ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ନଜର ପକାନ୍ତୁ ୨୦୨୫ରେ କେଉଁ ଅଧିବେଶନ କେତେ ଦିନ ଚାଲିଥିଲା । 
ବଜେଟ୍‌ ଅଧିବେଶନ   
ଚାଲିଥିଲା ମାତ୍ର ୨୫ ଦିନ
ମୌସୁମୀ ଅଧିବେଶନ
ଚାଲିଥିଲା ମାତ୍ର ୬ ଦିନ
ଶୀତ ଅଧିବେଶନ
ଚାଲିଲା ମାତ୍ର ୧୧ ଦିନ 
 ଏଭଳି ଦେଖିଲେ ଚଳିତବର୍ଷ ବିଧାନସଭା ଚାଲିଛି ୪୨ ଦିନ । କିନ୍ତୁ ନିୟମ ଅନୁସାରେ, ବର୍ଷକୁ ଗୃହ ଅତି କମରେ ୬୦ଦିନ ବସିବା କଥା । ପୂର୍ବ ନବୀନ ସରକାର ସମୟରେ ବିଧାନସଭା ୬୦ ଦିନ ବି ବସି ପାରୁନଥିଲା । ନୂଆ ସରକାର ଆସିବା ପରେ ପ୍ରଥମ ବର୍ଷ ପାଖାପାଖି ୬୦ ଦିନ ବସିଥିଲା ବିଧାନସଭା । ହେଲେ ଚଳିତବର୍ଷ ଏହା ୫୦ ଦିନ ବି ଅତିକ୍ରମ କରିପାରିଲାନି । 

ଅଧିକ ପଢ଼ନ୍ତୁ : ବିଧାନସଭାରେ ଉଠିଲା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ; ମଣ୍ଡି ଜଗିବେ ମନ୍ତ୍ରୀ

ଦୀର୍ଘଦିନ ପରେ ଚଳିତ ବିଧାନସଭାରେ ନିଆରା ଚିତ୍ର ଦେଖିବାକୁ ମିଳିଥିଲା । କୌଣସି ଦିନ ବି ଗୃହ ମୁଲତବୀ ହୋଇନାହିଁ । ପ୍ରଥମରୁ ଶେଷ ଯାଏଁ  ସୁରୁଖୁରରେ ଚାଲିଥିଲା ବିଧାନସଭା । ତଥାପି ଅଧିବେଶନକୁ ଆଗୁଆ ସାରିଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।