କନକ ବ୍ୟୁରୋ: କେନ୍ଦ୍ରାପଡା ରାଜକନିକା କଟଣା ଗାଁରେ ଅଘଟଣ। ଅଗ୍ନିକାଣ୍ଡରେ ଆଠ ବଖରା ଘର ଜଳିପୋଡ଼ି ପାଉଁଶ। ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ଗାଁର ଗଜେନ୍ଦ୍ର ବିଶ୍ବାଳ, ଶ୍ରୀଧର ବିଶ୍ୱାଳଙ୍କ ପରିବାର ରାତିରେ ଘରେ ଶୋଇଥିବା ସମୟରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୮ବଖରା ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୂଲ୍ୟବାନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା କାରଣ ଅସ୍ପଷ୍ଟ ରହିଛି।
ଜଳିପୋଡି ପାଉଁଶ ହେଲା ୮ବଖରା ଘର ; ଖୋଲା ଆକାଶ ତଳେ ଅସହାୟ ପରିବାର
Advertisment
Follow Us