ଆପେ ଆପେ ଲାଗୁଛି ନିଆଁ , ପୋଡିଯାଉଛି ଘରଦ୍ବାର

ଆପେ ଆପେ ଲାଗୁଛି ନିଆଁ ,  ଜଳିଯାଉଛି ଘରର ଆସବାବପତ୍ର ; ଭୌତିକକାଣ୍ଡକୁ ନେଇ ଭୟଭୀତ ଗାଁଲୋକେ 

fire ___

fire ___ Photograph: (kanakNews)

କନକ ବ୍ୟୁରୋ: ଆପେ ଆପେ ଲାଗୁଛି ନିଆଁ । ଜଳିଯାଉଛି ଘରର ଆସବାବପତ୍ର । ଲିଭାଇବା ପରେ ପୁଣି ଲାଗୁଛି । ହୁତୁ ହୁତୁ ହୋଇ ସବୁ ଜଳୁଛି । ଯେତେ ଚେଷ୍ଟା କଲେ ବି ଆୟତ୍ତ ହେଉନି ନିଆଁ । ଭୌତିକ କାଣ୍ଡ ନେଇ ବଢୁଛି ଅନ୍ଧବିଶ୍ବାସ । ଗାଁ ଲୋକଙ୍କ ମନରେ ବଢୁଛି ଭୟ । ପୁରୀ ପିପିଲି ହାଟସାହି ପଞ୍ଚାୟତ ବଳନ୍ତସିଂହ ଦେଉଳି ଗାଁରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର ।

ତ୍ରିଲୋଚନ ବାରିକଙ୍କ ଘରର ବିଭିନ୍ନ ସାମଗ୍ରୀରେ ନିଆଁ ଲାଗିବା ସହ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀଙ୍କ ଲୁଗା କାନିରେ ମଧ୍ୟ ନିଆଁ ଲାଗିଯାଉଛି । ତେବେ ରବିବାର ଶୋଇଥିବା ବେଳେ ନିଆଁ ଲାଗିବାରୁ ସନ୍ଧ୍ୟାରାଣୀ ଗୁରୁତର ହୋଇଛନ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ପିପିଲି ଡାକ୍ତରଖାନାରୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏଭଳି ଘଟଣା ପାଇଁ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି ତ୍ରିଲୋଚନ । 

ସୂଚନା ଅନୁସାରେ, ତ୍ରିଲୋଚନ ସନ୍ଧ୍ୟାରାଣୀଙ୍କୁ ପ୍ରେମ ବିବାହ କରିଥିବା ବେଳେ ଏହାକୁ ପରିବାର ଲୋକେ ବିରୋଧ କରୁଥିଲେ । ତେବେ ତ୍ରିଲୋଚନଙ୍କ ବାପା ଧମକ ଦେଇ ଘର ଛାଡ଼ି ଯିବା ପରେ ଏଭଳି ଘଟୁଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe