କନକ ବ୍ୟୁରୋ : ମଧ୍ୟରାତିରେ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ । ତିନି ଗୁରୁତରଙ୍କୁ ଏମସ୍କୁ ସ୍ଥାନାନ୍ତର କରାଯାଇଛି । ଅନୁଗୁଳ ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ବ୍ରାହ୍ମଣୀ ଦେବୀ ପୀଠ ସମ୍ମୁଖ ଏକ ଅଜବେଷ୍ଟ ଘର ଭିତରେ ମଧ୍ୟ ରାତ୍ରୀରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି । ରାତିରେ ଖାଇ ପିଇ ସମସ୍ତେ ଶୋଇଥିବା ବେଳେ ହଠାତ୍ ରାତି ସାଢ଼େ ଗୋଟାଏରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଭିଥିଲା । ବିସ୍ଫୋରଣର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ତିନୋଟ ଘରର ଆଜବେଷ୍ଟସ ଛପର ସଂପୂର୍ଣ୍ଣ ଉଡ଼ିଯାଇଥିଲା ।
ଘରର ଆସବାବପତ୍ର ହୁତୁହୁତୁ ହୋଇ ଜଳୁଥିଲା । ଜୀବନ ବିକଳରେ କୌଣସିମତେ ପରିବାର ଲୋକ ଘରୁ ବାହାରକୁ ଆସିଥିଲେ । ବିସ୍ଫୋରଣ ଶବ୍ଦ ଶୁଣି ପାଖରେ ଥିବା ଢାବା କର୍ମଚାରୀ ମହାନତା ଦେଖାଇ ଆହତ ପରିବାରଙ୍କୁ ସ୍ଥାନୀୟ ନାଲକୋ ଡାକ୍ତର ଖାନାକୁ ପଠାଇ ଦେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଗୁରୁତରଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/10/gas-cylinder-bursts-2025-08-10-13-56-16.jpeg)