କନକ ବ୍ୟୁରୋ : ଶୂନ୍ୟକାଳରେ ବିଜେଡି ବିଧାୟକଙ୍କ ଜୋରଦାର ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି । ୩୧୪ ବ୍ଲକରେ ଉନ୍ନୟନ କାମ ଠପ ହେଲାଣି, ଏହା ଉପରେ କିଏ ଅଲିଖିତ ନିର୍ଦ୍ଧେଶନାମା ଦେଇଛନ୍ତି କି?  ଏ ସଂକ୍ରାନ୍ତରେ ବାରମ୍ବାର ମୁଲତବି ନୋଟିସକୁ ବାଚସ୍ପତି କାହିଁକି ଗ୍ରହଣ କରୁ ନାହାନ୍ତି ବୋଲି ଗୃହରେ ବିଜେଡି ବିଧାୟକ ଅରୁଣ ସାହୁ ଏବଂ ଗଣେଶ୍ୱର ବେହେରା ପ୍ରଶ୍ନ ଉଠାଇଥିଲେ । ପରେ ବାଚସ୍ପତିଙ୍କ ନିଷ୍ପତିର ପ୍ରତିବାଦରେ ବିଜେଡି ବିଧାୟକମାନେ ଗୃହରେ ନାରାବାଜି କରିଥିଲେ, ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିଥିଲେ । 

ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖି କହିଥିଲେ,  ସରକାର କେବେ ପଛ ଘୁଞ୍ଚା ଦେଉନାହାନ୍ତି, ଏହାସହ ବିଧାନସଭା ଵିଧି ବ୍ୟବସ୍ଥାର ଉଦାହରଣ ଦେଇ କହିଥିଲେ, ବାଚସ୍ପତି ହେଉଛନ୍ତି ଗୃହର ସର୍ବେସର୍ବା । ସେ ଯାହା ନିଷ୍ପତି ନେଇଛନ୍ତି ତାହା ଠିକ, ତେଣୁ ବିରୋଧୀ ଦଳର ସଦସ୍ୟମାନଙ୍କୁ ନିଜ ନିଜ ସିଟକୁ ଯିବାକୁ ଅନୁରୋଧ କରିଥିଲେ । କିନ୍ତୁ ବିଜେଡ଼ି ସଦସ୍ୟ ହଟଗୋଳ ଜାରି ରହିବାରୁ, ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି