କନକ ବ୍ୟୁରୋ: ମଶାଧୂଆଁରୁ ଜଳିଗଲା ୪ ବଖରା ଘର । ଗୁହାଳ ଘରେ ଦିଆଯାଇଥିବା ଧୂଆଁରୁ ଅଗ୍ନିକାଣ୍ଡ ଘଟିଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ଇଶାନ ଗାଁରେ ଅଗ୍ନିକାଣ୍ଡ ଘଟି ୪ଵଖରା ଘର ସହ ୪୦ କୁଇଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଗାଁର ଧିରେନ ମଲ୍ଲିକଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ତୁରନ୍ତ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ ଗାଁ ଲୋକେ । ଖଵର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଅମଳ ହୋଇ ଘରେ ଥିବା ୪୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।