କନକ ବ୍ୟୁରୋ : ବଲାଙ୍ଗୀରରେ ହିଟ୍ ଆଣ୍ଡ ରନ୍ ମାମଲାରେ ବନ୍ଧାହେଲେ ସନ୍ ସାଇନ୍ ହୋଟେଲ ମାଲିକ। ସୁଶୀଲ ସାହୁଙ୍କୁ ଗିରଫ କରିଛି ପୋଲିସ। ଗତକାଲି ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା କାର। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ବେଲପଡ଼ା ଥାନା ନୁନହାଣ୍ଡି ଗାଁର ସନ୍ ସାଇନ୍ ହୋଟେଲର ମାଲିକଙ୍କ ୱାଗନର କାର ମାଡ଼ିଯିବାରୁ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବତୀ ଜଣକ ହେଲେ ଭୁଲେଶ୍ବରୀ ମାଝୀ। ସ୍ଥାନୀୟ ଲୋକ ଗାଡ଼ିକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ହୋଟେଲ ମାଲିକ ଗାଡ଼ି ସିଖୁଥିବା ବେଳେ ବସ ଷ୍ଟାଣ୍ଡ ପଡାରେ ଏଭଳି ଅଘଟଣ ଘଟିଛି। ଉତ୍ୟକ୍ତ ଲୋକ ଏକଜୁଟ ହୋଇ ଟାୟାର ଜାଳି କଣ୍ଟାବାଞ୍ଜି ପାଟଣାଗଡ ମୁଖ୍ୟରାସ୍ତା ଅବରୋଧ କରିଥିଲେ। ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି। ବଡ଼ କଥା କଥା ହେଉଛି, ଯେଉଁ ତିନି ଜଣଙ୍କ ଉପରେ ଗାଡ଼ି ମାଡ଼ିଛି, ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।
ପାଟଣାଗଡ ହିଟ୍ ଆଣ୍ଡ ରନ୍ ମାମଲାରେ ଗିରଫ ହେଲେ ହୋଟେଲ ମାଲିକ । ମେଡିକାଲରେ ଯାଇଛି ଜଣଙ୍କର ଜୀବନ
ଗତକାଲି ୩ ଜଣଙ୍କ ଉପରେ ମାଡ଼ିଯାଇଥିଲା କାର। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ବେଲପଡ଼ା ଥାନା ନୁନହାଣ୍ଡି ଗାଁର ସନ୍ ସାଇନ୍ ହୋଟେଲର ମାଲିକଙ୍କ ୱାଗନର କାର ମାଡ଼ିଯିବାରୁ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବତୀ ଜଣକ ହେଲେ ଭୁଲେଶ୍ବରୀ ମାଝୀ।
/kanak/media/media_files/4zCBzmKt8P9M5b4sY9rP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)