କନକ ବ୍ୟୁରୋ : ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି । କୋଠା ବି ନିର୍ମାଣ ହୋଇଛି । କିନ୍ତୁ ଲକ୍ଷ୍ୟ ପୂରଣ ହେଉନାହିଁ । କେନ୍ଦ୍ରାପଡା ଜିଲ୍ଲା ଗୁଆଳ ସିଂ ପଞ୍ଚାୟତରେ ଆବାସିକ ଛାତ୍ରାବାସ ନିର୍ମାଣ ହୋଇଛି । ସାମାଜିକ ଶିକ୍ଷା ଅନଗ୍ରସର ବର୍ଗ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ରହି ପାଠ ପଢ଼ିବେ ବୋଲି କୁହାଯାଉଛି । ୨୦୦ ଛାତ୍ରୀ ଓ ୨୦୦ ଛାତ୍ରଙ୍କ ରହଣୀ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ଟଙ୍କା । କୋଠା ନିର୍ମାଣ ସରିଥିଲେ ମଧ୍ୟ ଏଯାଏଁ କାମରେ ଲାଗୁନାହିଁ ।
ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଛାତ୍ରାବାସ କାର୍ଯ୍ୟକ୍ଷମ ହେଉନାହିଁ । ସହର ଠାରୁ ଦୂରରେ ନିର୍ମାଣ ହୋଇଥିବା ହଷ୍ଟେଲ ଏବେ ମଦୁଆଙ୍କ ଆଡ୍ଡା ପାଲଟିଛି । ନିର୍ମାଣର ୪ବର୍ଷ ପରେ ବି ବିଦ୍ୟୁତ୍ ସଂଯୋଗ ହୋଇନାହିଁ କି କେହି ରହୁ ନାହାଁନ୍ତି । ତେଣୁ ମଦୁଆ ଆଡ଼ା ଜମାଉଛନ୍ତି । ଘରେ ଲାଗିଥିବା କବାଟ ଝରକା ତାଡି ନେଇଗଲେଣି ଦୃର୍ବୁତ୍ତ । ୭ କୋଟି ୬୦ ଲକ୍ଷର ହଷ୍ଟେଲଟି ଭୂତକୋଠି ପାଲଟିଥିବା ବେଳେ ଜିଲ୍ଲା କଲ୍ୟାଣ ଅଧିକାରୀ କହିଛନ୍ତି, ତୁରନ୍ତ କାର୍ଯ୍ୟକ୍ଷେମ ହେବ ।
କୋଟି କୋଟି ଟଙ୍କାର ନିର୍ମାଣ କାମରେ ନଲାଗିବା ଏବଂ ଗରିବ ଛାତ୍ରଛାତ୍ରୀ ଅଧିକ ଟଙ୍କା ଦେଇ ବାହାରେ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।