କନକ ବ୍ୟୁରୋ:  ବିଭିନ୍ନ ସମସ୍ୟା ଭିତରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ । କେତେବେଳେ ଇସିଜି ମେସିନ କାମ କରୁନି ତ କେତେବେଳେ ଅଲଟ୍ରା ସାଉଣ୍ଡ ମେସିନ । ଦୂରଦୂରାରନ୍ତରୁ ଆସୁଥିବା ରୋଗୀ ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି । କିଛି ସମୟରେ ଚିକିତ୍ସାପାଇଁ ରୋଗୀଙ୍କ ଭିଡ ଲାଗୁଥିଲେ ବି ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ଯନ୍ତ୍ରଣାରେ ଛଟପଟ ହେଉଛି ରୋଗୀ । ଡାକ୍ତରଙ୍କ ଅନୁପସ୍ଥିତି ଭିତରେ ସକ୍ରିୟ ହେଉଛନ୍ତି ଦଲାଲ । ପ୍ରତିଦିନ ଲମ୍ବା ଲାଇନରେ ରୋଗୀ ଘଣ୍ଟା ଘଣ୍ଟା ଛିଡା ବେହା ସହ ନିରାଶ ହୋଇ ଫେରୁଛନ୍ତି । 

Advertisment

ଡାକ୍ତର ନ ଆସିବାରୁ ଚିକିତ୍ସାଳୟରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢି ବଢି ଚାଲିଛି ।  ଯାହକୁ ନେଇ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଘଟଣାକୁ ହାଲକା ଭାବରେ ନିଆଯାଇଛି । ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ଯୋଗୁ ଏହି ସମସ୍ୟା ଉପୁଜୁଛି । ଖୁବଶୀ୍ଘ୍ର ଏଥିପ୍ରତି ଗୁରୁତ୍ବ ଦେବାକୁ ମିଳିଛି ପ୍ରତିଶ୍ରୁତି । 

ସମସ୍ୟା ଘେରରେ ମେଡିକାଲ ରହିଥିବା.ବେଳେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ବହୁ ସମସ୍ୟା ଭୋଗୁଛନ୍ତି । ଏଥିପ୍ରତି ଗୁରୁତ୍ବ ଦିଆଯାଇ ସମସ୍ୟାର ସାମଧାନ କରାଯିବା ଜରୁରୀ ହୋଇପଡିଛି ।