କନକ ବ୍ୟୁରୋ : କଟିଗଲା ଲାଇନ୍ । ଅନ୍ଧାରରେ ଚାଲିଲା ଚିକିତ୍ସା । ଗତକାଲି ଚାଲିଯାଇଥିଲା ଲାଇନ । ତେବେ ଲାଇନ୍ କଟିଯିବାରୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଅନ୍ଧାରରେ କେଉଁ ଡାକ୍ତର ରୋଗୀ ଦେଖିଲେ ମୋବାଇଲରେ ତ ଆଉ କେଉଁ ଡାକ୍ତର ବାହାରେ ବୁଲୁଥିବାର ଦେଖିବାକୁ ମିଳିଥିଲ । ଜରୁରୀ କାଳୀନ ଭାବେ ଡାକ୍ତର ଅନ୍ଧାରରେ ମୋବାଇଲ ଲାଇଟ୍ ପକାଇ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବାର ଏହି ବିକଳ ଚିତ୍ର ସାମନାକୁ ଆସିଛି । ବିଦ୍ୟୁତ ଚାଲିଯିବାରୁ ଅନ୍ଧାରି ଚିକିତ୍ସା ଚାଲିଥିଲା । ବିଦ୍ୟୁତ ନ ଥିବାରୁ ଓପିଡ଼ି ଚିକିତ୍ସା ବନ୍ଦ ରହିଥିଲା । ଲ୍ୟାବରେ ବି ମୋବାଇଲ ଭରସା। ସଠିକ୍ ଭାବେ ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ ହେଉଛନ୍ତି । ନିର୍ବାଚନ ପୂର୍ବରୁ ପୂର୍ବ ସରକାର ହସ୍ପିଟାଲ ନାଁରେ ୩କୋଟି ଟଙ୍କା ଖର୍ଚ୍ଚ କରି ନବୀକରଣ କରିଥିଲେ । ହେଲେ ଏବେ ବି ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି ମେଡିକାଲରେ ।