କନକବ୍ୟୁରୋ :  ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ହୋଟେଲରୁ ମିଳିଲା ୫ ଜଣଙ୍କ ମୃତଦେହ । ହୋଟେଲ ଭିତରୁ ମା’ ଓ ୪ ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ   ।   ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି  ।

Advertisment

ଲକ୍ଷ୍ନୌ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି  ।   ବାପା ଭୁମିକା ସନ୍ଦେହ ଘେରରେ ଥିବା ବେଳେ ସେ ଫେରାର ଅଛନ୍ତି । ଖାଦ୍ୟରେ ନିଶା ପଦାର୍ଥ ମିଶାଇବା ସହ ହାତର ଶିରା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି  ।   ମୃତକଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛି ପୋଲିସ  ।