କନକ ବ୍ୟୁରୋ: ରବିବାର ସକାଳୁ ଗ୍ରେଟର ନୋଏଡାରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଖରାପ ହୋଇ ଛିଡା ହୋଇଥିବା ଏକ ଟ୍ରକକୁ ପିଟିଲା କାର୍ । ଫଳରେ ଘଟଣାସ୍ଥଳରେ ହିଁ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । କାର୍ ପିଟିହେବା ପରେ ପୁରା ଚୁରମାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ଜଣ ପୁରୁଷ ଥିବା ଜଣାପଡିଛି । ନୋଏଡାରୁ ପରି ଚୌକ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us