କନକ ବ୍ୟୁରୋ: ପାରିବାରିକ କଳହ କେତେ ଭୟଙ୍କର ହୋଇପାରେ ତାହାର ଏକ ଉଦାହରଣ ବାଲେଶ୍ୱର ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ତଳକିଆ ପଞ୍ଚାୟତ ପ୍ରତାପପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଁର ଦେବେନ୍ଦ୍ର ମାଣଙ୍କ ପୁଅ ନିଶାକର ମାଣ ୪ ବର୍ଷ ତଳେ ମୟୂରଭଞ୍ଜ ଜିଲ୍ଲା ବାରିପଦା ପୂର୍ଣଚନ୍ଦ୍ରପୁର ଗାଁର କୁନୁ ବାଗଙ୍କ ଝିଅ ବିଷମାକୁ ଵିଵାହ କରିଥିଲେ । ତାଙ୍କର ଏକ ଅଢ଼େଇ ବର୍ଷର କନ୍ୟା ସନ୍ତାନ ଅଛି । ଗତକାଲି ଘରୋଇ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଏହାପରେ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିବା ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ଖଇରା ମେଡ଼ିକାଲ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଦେଖି ଡାକ୍ତର ତାକୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ବିଷମାକୁ ଭଦ୍ରକ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଝିଅର ମୃତ୍ୟୁ ପାଇଁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ
ଭୟଙ୍କର ରୂପ ନେଲା ପାରିବାରିକ କଳହ । ବାଲେଶ୍ଵର ପ୍ରତାପପୁର ଗାଁରେ ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ତଦନ୍ତ କରୁଛି ପୁଲିସ ।
/kanak/media/media_files/2025/10/04/23-wife-murder-2025-10-04-11-23-01.jpg)