କନକବ୍ୟୁରୋ : ଟାୟାର ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଯାଜପୁର ଚଣ୍ଡିଖୋଲ ଛକରେ ଥିବା ଏକ ଟାୟାର ଗୋଦାମ ରେ ନିଆଁ ଲାଗି ଜଳି ଯାଇଛି ୭୦୦ରୁ ଅଧିକ ଟାୟାର । ବିଳମ୍ବିତ ରାତିରେ ଘଟିଛି ଏହି ଅଗ୍ନିକାଣ୍ଡ । ଟାୟାର ଗୋଦାମରେ ପୁରୁଣା ଓ ନୂଆ ଟାୟାର ରହିଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ହୁତ୍ ହୁତ୍ ହୋଇ ଜଳିବାରେ ଲାଗିଥିଲା ଗୋଦାମ ।
ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ଉଦ୍ୟମ କରିଥିଲେ। ହେଲେ ନିଆଁର ପ୍ରକୋପ ଅଧିକ ଥିବାରୁ ବିଳମ୍ବରେ ନିଆଁକୁ ଆୟତ କରାଯାଇଥିଲା । ଟାୟାର ଗୋଦାମରେ ନିଆଁ ଲାଗି ପାଖାପାଖି ୧୦ରୁ ୧୫ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/11/kStVYhljsG7GTpBG1kzy.jpg)