କନକବ୍ୟୁରୋ : କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ । ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ । କୋଲକାତାର ମେଛୁଆପତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ରାତିରେ ରିତୁରାତ ହୋଟେଲ ନିଆଁ ଲାଗିଛି  । ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ଅଗ୍ନିକାଣ୍ଡ ଘଟଣା ବିଷୟରେ କହିଛନ୍ତି ,  "ମଙ୍ଗଳବାର ରାତି ପ୍ରାୟ ୮:୧୫ ସମୟରେ ଅଗ୍ନିକାଣ୍ଡ ଘଟିଥିଲା  ।  ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଅନେକ ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।  ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।  ନିଆଁ କିପରି ଲାଗିଲା ତାହା ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି ।  ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି ।"

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ  ।  ହୋଟେଲରେ ନିଆଁ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡ଼ିଥିଲେ ।