କନକ ବ୍ୟୁରୋ : ମେକ୍ସିକୋ ସିଟିରେ ଭୟଙ୍କର ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଛନ୍ତି । ଗତକାଲି ଏହି ଘଟଣା ଘଟିଥିଲା । ଆହତଙ୍କ ମଧ୍ୟରୁ ୧୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣଟି ମେକ୍ସିକୋ ସିଟିର ଇଜତାପାଲାପା, ଚାଲ୍କୋ ଓ ଇଗ୍ନାସିଓ ଜାରାଗୋଜାରେ ଥିବା ଜାତୀୟ ରାଜପଥ ନିକଟରେ ଘଟିଛି । ଏହି ଦୁର୍ଘଟଣା ଗତ ଏକ ସପ୍ତାହରେ ମେକ୍ସିକୋ ଜାତୀୟ ରାଜପଥରେ ଘଟିଥିବା ଦ୍ୱିତୀୟ ବଡ଼ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ୟାଙ୍କରଟି ଏଲ୍ପିଜି ଗ୍ୟାସରେ ଭର୍ତ୍ତି ହୋଇଥିଲା । ଏହି ଭୟଙ୍କର ବିସ୍ଫୋରଣ ଫଳରେ ୧୮ଟି ଯାନରେ ନିଆଁ ଲାଗିଛି ।
ମେକ୍ସିକୋରେ ଭୟଙ୍କର ବିସ୍ଫୋରଣ, ୩ ମୃତ
ଗ୍ୟାସ୍ ଟ୍ୟାଙ୍କର୍ ଫାଟି ୩ ମୃତ, ୭୦ ଆହତ
ଆହତଙ୍କ ମଧ୍ୟରେ ୧୯ ଗୁରୁତର
ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
ରାସ୍ତାରେ ଚାଲୁ ଚାଲୁ ଫାଟିଗଲା ଟ୍ୟାଙ୍କର୍
ବିସ୍ଫୋରଣ ଫଳରେ ୧୮ ଟି ଯାନରେ ନିଆଁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/11/maxico-2025-09-11-15-13-38.jpg)