କନକବ୍ୟୁରୋ : ତାମିଲନାଡୁରୁ ଆସିଥିବା ଏକ ଦୁଃଖଦ ଖବର ଉପରେ । ତାମିଲନାଡୁର କଡ଼ଲୋର ଜିଲ୍ଲାରେ ଦୁର୍ଘଟଣାରେ ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ସେମ୍ମାଙ୍କୁପମ୍‌ ନିକଟରେ ଏକ ସ୍କୁଲ ଭ୍ୟାନ ରେଳ ଲାଇନ ପାର କରୁଥିବା ବେଳେ ବିଲୁପୁରମ୍‌-ମୟିଲାଦୁଥୁରାଇ ପାସେଞ୍ଜର ଟ୍ରେନ ସହ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା । ମୃତ ଛାତ୍ରଙ୍କ ନାମ ଚାରୁମତୀ ଓ ଭେଙ୍କଟେଶ  ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗେଟ ବନ୍ଦ ହେଉଥିବା ବେଳେ ଭ୍ୟାନ ଡ୍ରାଇଭର ଜିଦ୍ କରି ପାର ହେବାକୁ ଚେଷ୍ଟା କରିଥିଲେ ।  ଦୁଇ ଛାତ୍ର ଓ ଚାଳକ ସଙ୍କଟାପନ୍ନ ଅବସ୍ଥାରେ କଡ଼ଲୋର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ।