ଇରାନରେ ଭୟଙ୍କର ସ୍ଥିତି: ଜେଲରେ କଏଦୀଙ୍କ ଉପରେ ଅତ୍ୟାଚାର

Advertisment

ଜେଲରେ କଏଦୀଙ୍କ ଉପରେ ଅତ୍ୟାଚାର । ହତ୍ୟା କରାଯାଇଥିବା ଲୋକଙ୍କ ପରିବାରକୁ ମଗାଯାଉଛି ଗୁଳିରେ ଖର୍ଚ୍ଚ ହୋଇଥିବା ଟଙ୍କା ।

ଜେଲରେ କଏଦୀଙ୍କ ଉପରେ ଅତ୍ୟାଚାର । ହତ୍ୟା କରାଯାଇଥିବା ଲୋକଙ୍କ ପରିବାରକୁ ମଗାଯାଉଛି ଗୁଳିରେ ଖର୍ଚ୍ଚ ହୋଇଥିବା ଟଙ୍କା ।

situation in Iran jail

situation in Iran jail Photograph: (Google)

କନକ ବ୍ୟୁରୋ:  ଗୋଟିଏ ପଟେ ଇରାନରେ ଆନ୍ଦୋଳନ ଥମିଥିବା ବେଳେ ଅନ୍ୟପଟେ ସାମ୍ନାକୁ ଆସିଛି ସାଂଘାତିକ ଖବର । ଜେଲ ଭିତରେ କଏଦୀମାନଙ୍କୁ ଯେଉଁପ୍ରକାର ଦଣ୍ଡ ଦିଆଯାଉଛି ତାହାର ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଛି । ଡିସେମ୍ବର ଶେଷ ସପ୍ତାହରେ ଆରମ୍ଭ ହୋଇଥିବା ପ୍ରତିବାଦ ହିଂସାତ୍ମକ ରୂପ ନେଇଥିଲା । ହଜାର ହଜାର ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବାବେଳେ, ଏବେ ବି ହଜାର ହଜାର ଲୋକ ଜେଲରେ ଅଛନ୍ତି । ବର୍ତ୍ତମାନ, ଇରାନ ସରକାର ଜେଲରେ ଥିବା ପ୍ରତିବାଦକାରୀଙ୍କ ଉପରେ ଅତ୍ୟାଚାର କରୁଛି । କଏଦୀମାନଙ୍କର ପୋଷାକ କାଢ଼ି ଦିଆଯାଉଛି, ପ୍ରବଳ ଥଣ୍ଡାରେ ଖୋଲା ଛାଡ଼ି ଦିଆଯାଉଛି । ରିପୋର୍ଟ ଅନୁଯାୟୀ, ସେମାନଙ୍କୁ କୌଣସି ପ୍ରକାରର ଏକ ଇଞ୍ଜେକ୍ସନ ମଧ୍ୟ ଦିଆଯାଉଛି, କିନ୍ତୁ ଏହି ଇଞ୍ଜେକ୍ସନର ବିସୟରେ କିଛିବି ତଥ୍ୟ ସାମ୍ନାକୁ ଆସିପାରିନାହିଁ ।

ଭୟଙ୍କର ପରିସ୍ଥିତିର ବିକଳ ଚିତ୍ର
ଚାରିଆଡ଼େ ବିଛାଡ଼ିହୋଇ ପଡ଼ିରହିଛି ମୃତଦେହ, ଷ୍ଟ୍ରେଚରରେ ଗଦା ହୋଇଛି ମୃତଦେହ, ପରିବାର ବର୍ଗ ନିଜ ପ୍ରିୟପରିଜନଙ୍କୁ ଖୋଜୁଥିବାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଖାମେନି ସରକାର ବଳ ପ୍ରୟୋଗ କରି ପ୍ରତିବାଦର ଜବାବ ଦେଇଛନ୍ତି । ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ ମୁତୟନ କରାଯାଇଥିଲା । ସାରା ଦେଶରେ ଇଣ୍ଟରନେଟ୍ ବ୍ଲାକଆଉଟ୍ ଜାରି କରାଯାଇଥିଲା । ଏବଂ ଆନ୍ଦୋଳନକାରୀଙ୍କୁ ରୋକିବାକୁ ଜୋରଦାର ପ୍ରୟାସ କରାଯାଇଥିଲା । ରଏଟର୍ସ ରିପୋର୍ଟ ଆଧାରରେ, ପ୍ରତିବାଦରେ ପ୍ରାୟ ୫୦୦ ସୁରକ୍ଷା କର୍ମୀଙ୍କ ସମେତ ଅତି କମରେ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି ।

ଅଧିକ ପଢନ୍ତୁ:  ଖେମିନିଙ୍କ ଉପରେ ଯେକୌଣସି ଆକ୍ରମଣକୁ ଇରାନ ସହିତ ଯୁଦ୍ଧ ବୋଲି ବିବେଚନା କରାଯିବ, ଟ୍ରମ୍ପଙ୍କୁ ନାଲି ଆଖି ଦେଖାଇଲେ ଇରାନ ରାଷ୍ଟ୍ରପତି

ଜେଲରେ ନିର୍ଯାତନା
ୟୁକେ ଖବରକାଗଜ "ଡେଲି ଏକ୍ସପ୍ରେସ"ର ଏକ ରିପୋର୍ଟ ଅନୁଯାୟୀ, ଇରାନରେ କଏଦୀମାନଙ୍କ ସହିତ ଭୟଙ୍କର ବ୍ୟବହାର କରାଯାଉଛି । କଏଦୀମାନଙ୍କୁ ଉଲଗ୍ନ କରି ଜେଲ ପରିସରରେ ଥଣ୍ଡାରେ ଖୋଲା ଛାଡି ଦିଆଯାଉଛି । ତା''ପରେ ପାଇପ୍ ମାଧ୍ୟମରେ ସେମାନଙ୍କ ଉପରେ ଥଣ୍ଡା ପାଣି ସିଞ୍ଚାଯାଉଛି । ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି, ସୂତ୍ର ଅନୁଯାୟୀ କଏଦୀମାନଙ୍କୁ ଏକ ଇଞ୍ଜେକ୍ସନ ଦିଆଯାଉଛି, କିନ୍ତୁ ଏହି ଇଞ୍ଜେକ୍ସନ ବିଷୟରେ କୌଣସି ବିବରଣୀ ପ୍ରଦାନ କରାଯାଉନାହିଁ ।

ହତ୍ୟାରେ ଖର୍ଚ୍ଚ ହୋଇଥିବା ଗୁଳି ପାଇଁ ଟଙ୍କା ଦିଅ
ଇରାନରେ ସ୍ଥିତି କେତେ ଭୟଙ୍କର ଥିଲା ତାହା ଏହି ଘଟଣାରୁ ଜାଣିପାରିବେ । ଆନ୍ଦୋଳନକୁ ଦମନ କରାଯିବା ପରେ ଇରାନର କିଛି ଅଞ୍ଚଳର ବାୟୁରେ ରକ୍ତର ଗନ୍ଧ ଆସୁଥିଲା । ରାସ୍ତାଘାଟରେ ମୃତଦେହ ପଡ଼ିରହିଥିଲା । କେବଳ ଏତିକି ନୁହେଁ, ସବୁଠୁ ଖରାପ କଥା ହେଉଛି, ଯେଉଁମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି, ସେମାନଙ୍କ ପରିବାର ଠାରୁ ଗୁଳିରେ ଖର୍ଚ୍ଚ ହୋଇଥିବା ଟଙ୍କା ବି ମଗାଯାଇଛି ।

କେତେ ଲୋକଙ୍କର ମୃତ୍ୟୁ ହୋଇଛି?
ରିପୋର୍ଟ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ପ୍ରାୟ ୫୦୦୦ ରେ ପହଞ୍ଚିଛି । ୨୬.୦୧୫ ଜଣଙ୍କୁ ଗିରଫ କରାଯାଇଛି । ତଥାପି, ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି ଯେ ୧୨୦୦୦ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ । ଆମେରିକୀୟ ପ୍ରସାରକ CBS ନ୍ୟୁଜ୍ ଅନୁଯାୟୀ, ଏହି ସଂଖ୍ୟା ୨୦୦୦୦ ପର୍ଯ୍ୟନ୍ତ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe