ଭାରତ ପାଇଁ ଖୁସି ଖବର। ତୈଳ ପରିବହନ ଓ ଅନ୍ୟ ବାଣିଜ୍ୟିକ ପରିବହନ ପାଇଁ ବ୍ୟବହାର ହେଉଥିବା ହର୍ମୁଜ ପ୍ରଣାଳୀ କେବଳ ଆମେରିକା, ଇସ୍ରାଏଲ, ୟୁରୋପ ଓ ସେମାନଙ୍କ ସହଯୋଗୀ ଦେଶ ପାଇଁ ବନ୍ଦ ରହିବ ବୋଲି ଇରାନ ପକ୍ଷରୁ ଘୋଷଣା କରାଯାଇଛି। ଏହାପୂର୍ବରୁ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ବିଶ୍ବର ଏକ ପ୍ରମୁଖ ବ୍ୟସ୍ତବହୁଳ ପରିବହନ ମାର୍ଗ ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲା। ଫଳରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ମାର୍ଗ ଦେଇ ସମସ୍ତ ବାଣିଜ୍ୟିକ ପରିବହନ ବନ୍ଦ ରହିଥିଲା। ଇରାନର ରିଭେଲ୍ୟୁସନାରୀ ଗାର୍ଡ଼ ଆଇଆରଆଇବିରେ ଘୋଷଣା କରି କହିଛି ଯେ, ଆନ୍ତର୍ଜାତିକ ଆଇନ ଓ ଏ ସମ୍ପର୍କିତ ପ୍ରସ୍ତାବ ଅନୁଯାୟୀ ଯୁଦ୍ଧ ସମୟରେ ହର୍ମୁଜ ପ୍ରଣାଳୀକୁ ଇରାନ ନିଜ ଅନୁଯାୟୀ ବ୍ୟବହାର କରିବାର ଅଧିକାର ରହିଛି। ଆମେରିକା, ଇସ୍ରାଏଲ, ୟୁରୋପ ଓ ସେମାନଙ୍କ ସମର୍ଥକ ଦେଶଙ୍କ ଜାହାଜକୁ ହର୍ମୁଜ ପ୍ରଣାଳୀରେ ଠାବ କରାଗଲେ ଏହା ଉପରେ ଆକ୍ରମଣ କରାଯିବ ବୋଲି ଇରାନ ଚେତାବନୀ ଦେଇ କହିଛି। ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଓ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଇଥିଲା। ଫଳରେ ବିଶ୍ବରେ ତୈଳ ଦରରେ ବୃଦ୍ଧି ସହିତ ବିଶ୍ବ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିଲା। ମଙ୍ଗଳବାର ଇରାନ ହମୁର୍ଜ ପ୍ରଣାଳୀରେ କେବଳ ଚୀନ୍ ଜାହାଜକୁ ପରିବହନ ଅନୁମତି ଦେଇଥିଲା। ଏହାପୂର୍ବରୁ ହମୁର୍ଜ ପ୍ରଣାଳୀ କେବେବି ବନ୍ଦ ହୋଇନଥିଲା। ୧୯୮୦ରୁ ୧୯୮୮ ମଧ୍ୟରେ ଇରାନ -ଇରାକ୍ ଯୁଦ୍ଧ ବେଳେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ସତ୍ତ୍ବେ ବାଣିଜ୍ୟିକ ପରିବହନ ଜାରି ରହିଥିଲା। ଇରାନର ଏହି ଘୋଷଣା ପରେ ଭାରତ ସହଜରେ ତୈଳ ପାଇ ପାରିବ ବୋଲି କୁହାଯାଉଛି।
ଭାରତ ପାଇଁ ଖୁସିଖବର - ହର୍ମୁଜ ପ୍ରଣାଳୀ କେବଳ ଆମେରିକା, ଇସ୍ରାଏଲ ଓ ୟୁରୋପ ପାଇଁ ବନ୍ଦ ରହିବ
ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ମାର୍ଗ ଦେଇ ସମସ୍ତ ବାଣିଜ୍ୟିକ ପରିବହନ ବନ୍ଦ ରହିଥିଲା। ଇରାନର ରିଭେଲ୍ୟୁସନାରୀ ଗାର୍ଡ଼ ଆଇଆରଆଇବିରେ ଘୋଷଣା କରି କହିଛି ଯେ, ଆନ୍ତର୍ଜାତିକ ଆଇନ ଓ ଏ ସମ୍ପର୍କିତ ପ୍ରସ୍ତାବ ଅନୁଯାୟୀ ଯୁଦ୍ଧ ସମୟରେ ହର୍ମୁଜ ପ୍ରଣାଳୀକୁ ଇରାନ ନିଜ ଅନୁଯାୟୀ ବ୍ୟବହାର କରିବାର ଅଧିକାର ରହିଛି।
/kanak/media/media_files/2026/03/05/india-2026-03-05-20-17-46.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)