ଆଶା ଭରିଲା ଅପରେସନ ସିନ୍ଧୁ, ଇରାନରୁ ଆସିଲା ସ୍ବତନ୍ତ୍ର ବିମାନ

ସ୍ବଦେଶ ଫେରିଲେ ୨୯୦ ଭାରତୀୟ । ୧୯୦ଜଣ କାଶ୍ମୀର ହୋଇଥିବା ସୂଚନା ।

ଭାରତୀୟଙ୍କ ଘର ବାହୁଡ଼ା

ଭାରତୀୟଙ୍କ ଘର ବାହୁଡ଼ା Photograph: (Kanak News)

କନକ ବ୍ୟୁରୋ: ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆ ଆଶା ପାଲଟିଛି ଏହି ଅପରେସନ ସିନ୍ଧୁ । ଯୁଦ୍ଧ ଭୂମିରୁ ଫେରୁଛି ଜୀବନ ।  ଅପରେସନ ସିନ୍ଧୁ ଜରିଆରେ ଇରାନରୁ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ସୋମବାର ୨୯୦ଜଣ ଭାରତୀୟଙ୍କୁ ସୁରକ୍ଷିତ ନେଇ ପହଞ୍ଚିଛି ସ୍ବତନ୍ତ୍ର ବିମାନ । ସ୍ବଦେଶ ଫେରିବା ପରେ ଶାନ୍ତିରେ ନିଶ୍ବାସ ନେଇଛନ୍ତି ୨୯୦ଜଣ ଭାରତୀୟ । 

ବିମାନ ବନ୍ଦରରେ ପହଞ୍ଚିବା ପରେ କିଏ ଭାରତ ମାତା କି ଜୟ କହୁଛି ତ ଆଉ କିଏ ମାଟିକୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ତେବେ ୨୯୦ ଜଣଙ୍କ ମଧ୍ୟରୁ ୧୯୦ଜଣ କାଶ୍ମୀର ହୋଇଥିବା ଜଣାପଡ଼ିଛି । ଦିଲ୍ଲୀ, ହରିୟାଣା ଓ କର୍ଣ୍ଣାଟକର ମଧ୍ୟ ଅନେକ ଲୋକ ଅଛନ୍ତି । ଏହା ପୂର୍ବରୁ ୧୯ ତାରିଖରେ ୧୧୦ଜଣଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଅଣାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe