କନକ ବ୍ୟୁରୋ: ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆ ଆଶା ପାଲଟିଛି ଏହି ଅପରେସନ ସିନ୍ଧୁ । ଯୁଦ୍ଧ ଭୂମିରୁ ଫେରୁଛି ଜୀବନ । ଅପରେସନ ସିନ୍ଧୁ ଜରିଆରେ ଇରାନରୁ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ସୋମବାର ୨୯୦ଜଣ ଭାରତୀୟଙ୍କୁ ସୁରକ୍ଷିତ ନେଇ ପହଞ୍ଚିଛି ସ୍ବତନ୍ତ୍ର ବିମାନ । ସ୍ବଦେଶ ଫେରିବା ପରେ ଶାନ୍ତିରେ ନିଶ୍ବାସ ନେଇଛନ୍ତି ୨୯୦ଜଣ ଭାରତୀୟ ।
ବିମାନ ବନ୍ଦରରେ ପହଞ୍ଚିବା ପରେ କିଏ ଭାରତ ମାତା କି ଜୟ କହୁଛି ତ ଆଉ କିଏ ମାଟିକୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ତେବେ ୨୯୦ ଜଣଙ୍କ ମଧ୍ୟରୁ ୧୯୦ଜଣ କାଶ୍ମୀର ହୋଇଥିବା ଜଣାପଡ଼ିଛି । ଦିଲ୍ଲୀ, ହରିୟାଣା ଓ କର୍ଣ୍ଣାଟକର ମଧ୍ୟ ଅନେକ ଲୋକ ଅଛନ୍ତି । ଏହା ପୂର୍ବରୁ ୧୯ ତାରିଖରେ ୧୧୦ଜଣଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଅଣାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/24/operation-sindhu-2025-06-24-07-50-59.jpg)