ଚୌଦ୍ୱାରର ଚମ୍ପଟ କଏଦୀ ମଧୁକାନ୍ତ ଧରାପଡ଼ିବା ପରେ ବଢ଼ିଲା ଆଶା, ଫେରାର ବେଳେ କିଏ କରିଥିଲା ସଯୋଗ, ସତ ଓଗାଳିବ କମିଶନରେଟ୍ ପୁଲିସ

Advertisment

ଚୌଦ୍ଵାର ଜେଲରୁ ଫେରାର ପରେ ଚାରି ମାସ ଧରି ପୁଲିସ ସହ ଲୁଚକାଳି ଖେଳ ପରେ ବନ୍ଧା ହୋଇଛି ମଧୁକାନ୍ତ ରଣା । ଫେରାର କଏଦୀ ମଧୁକାନ୍ତ ଧରାପଡ଼ିଥିବାରୁ ଏବେ ଫିଟିବ ଜେଲରୁ ଫେରାର ପଛର ଗୁମର। କେମିତି, କାହା ସାହାଯ୍ୟରେ ଜେଲରୁ ଖସିଗଲେ ମଧୁକାନ୍ତ ଓ ରାଜା ସାହାଣୀ?

ଚୌଦ୍ଵାର ଜେଲରୁ ଫେରାର ପରେ ଚାରି ମାସ ଧରି ପୁଲିସ ସହ ଲୁଚକାଳି ଖେଳ ପରେ ବନ୍ଧା ହୋଇଛି ମଧୁକାନ୍ତ ରଣା । ଫେରାର କଏଦୀ ମଧୁକାନ୍ତ ଧରାପଡ଼ିଥିବାରୁ ଏବେ ଫିଟିବ ଜେଲରୁ ଫେରାର ପଛର ଗୁମର। କେମିତି, କାହା ସାହାଯ୍ୟରେ ଜେଲରୁ ଖସିଗଲେ ମଧୁକାନ୍ତ ଓ ରାଜା ସାହାଣୀ?

A4

କନକ ବ୍ୟୁରୋ : ଫେରାର କଏଦୀ ମଧୁକାନ୍ତ ରଣା ଧରାପଡ଼ି ପୁଣି ଚୌଦ୍ୱାର ଜେଲକୁ ଫେରିଛି । ବୃନ୍ଦାବନରେ ଏକ ମଠରେ କେୟାର ଟେକର ଭାବେ ଆତ୍ମଗୋପନ କରିଥିଲା ଫେରାର ବିହାରୀ କଏଦୀ । ପୁଲିସର ସହ ଦୀର୍ଘ ତିନି ମାସର ଲୁଚକାଳି ଖେଳି ଧରାପଡ଼ିବା ପରେ ପୁଣି ତାର ଠିକଣା ପାଲଟିଛି ଚୌଦ୍ୱାର ଜେଲ। ରିମାଣ୍ଡରେ ନେଇ ଅଧିକ ତଥ୍ୟ ସଂଗ୍ରହ ପାଇଁ ଯୋଜନା କରିଛି ପୁଲିସ୍। 

ଚୌଦ୍ଵାର ଜେଲରୁ ଫେରାର ପରେ ଚାରି ମାସ ଧରି ପୁଲିସ ସହ ଲୁଚକାଳି ଖେଳ ପରେ ବନ୍ଧା ହୋଇଛି ମଧୁକାନ୍ତ ରଣା । ଫେରାର କଏଦୀ ମଧୁକାନ୍ତ ଧରାପଡ଼ିଥିବାରୁ ଏବେ ଫିଟିବ ଜେଲରୁ ଫେରାର ପଛର ଗୁମର। କେମିତି, କାହା ସାହାଯ୍ୟରେ ଜେଲରୁ ଖସିଗଲେ ମଧୁକାନ୍ତ ଓ ରାଜା ସାହାଣୀ? ଜେଲରୁ ଖସିବାକୁ କିଏ ଯୋଗାଇଥିଲା ଆରି ଓ ଅନ୍ୟ ସରଞ୍ଜାମ? ଜେଲ୍ ଅଧୀକ୍ଷକ, ଜେଲର୍ ସମେତ ଅନ୍ୟ କେଉଁ କର୍ମଚରୀଙ୍କ ସମ୍ପୃକ୍ତି ଅଛି ନା ନାହିଁ ସ୍ପଷ୍ଟ ହୋଇଯିବ। ଏବେ ପୁଲିସ ଆଗରେ ଗୋଟି ଗୋଟି କରି ଫେରାର କାହାଣୀ କହିବ ଦୁର୍ଦ୍ଦାନ୍ତ ମଧୁକାନ୍ତ। ସେହିପରି ମଧୁକାନ୍ତଙ୍କଠାରୁ ଫେରାର ରାଜା ସାହାଣୀ ସମ୍ପର୍କରେ ତଥ୍ୟ ବାହାର କରିବାକୁ ଉଦ୍ୟମ କରିବ ପୁଲିସ । ଏପରିକି କେମିତି ଜେଲ୍ ରୁ ଫେରାର ହେଲେ ସେ ସିନ୍ ରେକ୍ରିଏସନ କରିପାରେ ପୁଲିସ । ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତକୁ ନେଇ ବିଭିନ୍ନ ଦିଗ ଉପରେ ତଦନ୍ତ କରିପାରେ କମିସନରେଟ ପୁଲିସ । 

ଅଧିକ ପଢ଼ନ୍ତୁ : ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ : ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଚୌଦ୍ଵାର ଜେଲରେ ମଧୁକାନ୍ତ ରଣା। ହାଡ଼କୋର କ୍ରିମିନାଲ ମଧୁକାନ୍ତ ରଣାର ନୂଆ ଠିକଣା ପାଲଟିଛି ହାଇସିକ୍ୟୁରିଟି ସେଲ୍ ନମ୍ୱର୍-୫। ଏଣିକି ୨୪ ଘଣ୍ଟା ସିସିଟିଭି କଭରେଜ ଭିତରେ ରହିବ। ଜଣେ ୱାର୍ଡର ୨୪ ଘଣ୍ଟା ତା’ ଗତି ବିଧି ଉପରେ ନଜର ରଖୁଛନ୍ତି। ସେହିଭଳି ନିୟମିତ ସେହି ନିର୍ଦ୍ଦିଷ୍ଟ ହାଇସିକ୍ୟୁରିଟି ସେଲ୍ ଯାଞ୍ଚ ହେବ । ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ କଡ଼ା ନିର୍ଦ୍ଦେଶ ରହିଛି। ଖାଲି ଏତିକି ନୁହେଁ ମଧୁକାନ୍ତ ହାଇସିକ୍ୟୁରିଟି ସେଲରୁ ଖାଇବାକୁ ମଧ୍ୟ ବାହାରି ପାରିବ ନାହିଁ। ତା' ନିକଟକୁ ଖାଦ୍ୟ ଯୋଗୋଇଦେବାର ବ୍ୟବସ୍ଥା କରାଯାଇଛି। ସବୁଠୁ ସୁରକ୍ଷିତ ଚୌଦ୍ଵାର ଜେଲ୍‌ରୁ ଖସିବାରେ ସଫଳ ହୋଇଥିବାରୁ ତାର ସୁରକ୍ଷା ଏକ ବଡ଼ ଚାଲେଞ୍ଜ ବୋଲି ପୂର୍ବତନ ଜେଲ୍ ଡିଆଜି ଯୁକ୍ତି ବାଢ଼ିଛନ୍ତି।  ଫେରାର ରାଜା ସାହାଣୀକୁ ଧରିବା ଏବେ କମିସରେଟ ପୋଲିସ ପାଇଁ ଚାଲେଞ୍ଜ। ହେଲେ ତାଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଚୌଦ୍ଵାର ଜେଲ୍ ରୁ ଫେରାର ପଛର ଆଉ କାହାର ସଂପୃକ୍ତି ରହିଛି ତାହାର ସତ ସାମ୍ନାକୁ ଆଣିବା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe