କନକ ବ୍ୟୁରୋ : ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଆର୍ସି ବାତିଲ ହେବା ସହ ମୋଟା ଅଙ୍କର ଜରିମାନା ବି ଲାଗିବ । ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ନେଇ ଜାରି ହୋଇଛି ନିର୍ଦ୍ଦେଶନାମା। ..
ବେଆଇନ ଭାବେ ମୋଟର ଯାନର ମୂଳଢାଞ୍ଚାକୁ ବଦଳାଇଲେ ତଣ୍ଡ ଗଣିବେ ମାଲିକ । ଏ ନେଇ ଜାରି ହୋଇଛି ସର୍କୁଲାର । ଡିଜେ ଗାଡ଼ି ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜୀକରଣ ରଦ୍ଦ ହେବା ସହ ଜରିମାନା ବି ଲାଗିବ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଦକ୍ଷେପ ନେଇଛି ରାଜ୍ୟ ପରିବହନ ବିଭାଗ ।
ଗଣେଶ ପୂଜା ଭସାଣି ବେଳେ ଶବ୍ଦ ପ୍ରଦୂଷଣ ନିୟମର ଧଜିଆ ଉଡିଥିଲା । ଅଧିକ ସାଉଣ୍ଡରେ ଡିଜେ ବାଜିବା ଯୋଗୁଁ କିଛି ଲୋକେ ଅସୁସ୍ଥ ହେବା ଘଟଣା ବି ସାମ୍ନାକୁ ଆସିଥିଲା । ଖାଲି ସେତିକି ନୁହେଁ, କିଛି ସ୍ଥାନରେ ଡିଜେ ଗାଡ଼ି ଭିତରେ ଲଢ଼େଇ ଦୃଶ୍ୟ ବି ଦେଖିବାକୁ ମିଳିଥିଲା । ଏବେ ପରିବହନ ବିଭାଗର ବଡ଼ ପଦକ୍ଷେପ ପରେ ସାଧାରଣ ଲୋକେ ଏହାକୁ ସ୍ବାଗତ କରିଛନ୍ତି । ତେବେ ଡିଜେ ମାଲିକ ମାନେ ଏହାକୁ ବିରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/17/36-2025-09-17-19-47-11.jpg)