କନକ ବ୍ୟୁରୋ: “ମୋ ଉପରେ ସଇତାନର ପ୍ରଭାବ ରହିଥିଲା । ଦୁନିଆର ସବୁ ପ୍ରକାର ନିଶା ମୁଁ ସେବନ କରିଛି ।“ ଜାତୀୟ ଗଣମାଧ୍ୟମରେ ଏଭଳି କିଛି ବସ୍ଫୋରକ ବୟାନ ଦେଇଛନ୍ତି ଲୋକପ୍ରିୟ ରାପର ହନି ସିଂ । ଗଣମାଧ୍ୟମ ସଂସ୍ଥା ଦି ଲଲନଟପକୁ ଦେଇଥିବା ସାକ୍ଷାତକାରରେ ହନି ସିଂ ଅନେକ ପ୍ରସଙ୍ଗ ଉପରେ ଖୋଲାଖୋଲି ନିଜର ମତ ରଖିଛନ୍ତି । ନିଶା ସେବନକୁ ପ୍ରୋତ୍ସାହିତ କରିବା ଭଳି ଗୀତ ଲେଖିବା ଓ ତିଆରି କରିବା ପ୍ରଶ୍ନର ଉତ୍ତର ରଖିଥିଲେ ହନି ସିଂହ  । ଏକଦା ତାଙ୍କ ଉପରେ ନକରାତ୍ମକ ଶକ୍ତି ପ୍ରବେଶ କରିଥିବା ସେ ଅନଭୁବ କରିଥିଲେ । ମାନସିକ ସ୍ଥିତି ଅସନ୍ତୁଳିତ ରହୁଥିଲା । ପ୍ରାୟ ୬ ବର୍ଷ ପରେ ଏହି ସମସ୍ୟାରୁ ମୁକୁଳିଥିଲେ । ହନି ସିଂଙ୍କ ଏହି ସାକ୍ଷାତକାରର ଭିଡିଓ ଭାଇରାଲ ହେବାରେ ଲାଗିଛି ।