ଶୀତଦିନେ ଭାଇରାଲ୍ ଫିବରକୁ କେମିତି କହିବେ ଟାଟା , ବାଏ ବାଏ ? ଥଣ୍ଡା , ଜ୍ବର , ତଣ୍ଟିଦରଜ ସମସ୍ୟା ଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

୩ , ୪ ମାସର ଏ ଋତୁ କିଛି ଲୋକଙ୍କୁ କନ୍ଦାଇଦିଏ କହିଲେ କିଛି ଭୁଲ୍ ହେବନି । ଯଦି ଆପଣ ବି ଶୀତଋତୁରେ ଭାଇରାଲ୍ ଫିବରର ସାମ୍ନା କରି କରି ଥକିଗଲେଣି । ତାହେଲେ କିଛି ଘରୋଇ ଉପାୟ ଆପଣାଇ ନିଜ ଶରୀରକୁ ଥଣ୍ଡାଜ୍ବର ସହ ଲଢିବା ପାଇଁ ପ୍ରସ୍ତୁତ କରାଇପାରିବେ । 

viral

ଲୋକଙ୍କୁ ଅପେକ୍ଷା କରାଉଥିବା ଋତୁଟି ହେଉଛି ଶୀତ । ସ୍ବେଟର୍ , ମଫଲର୍ ,ହୁଡ଼ି , ସଲ୍ ପିନ୍ଧି , ଉଷୁମ ଚା’କୁ ଓଠରେ ଲଗାଇ ଲୋକ ଥୁରୁଥୁରୁ ଶୀତର ମଜା ଉଠାନ୍ତି । ଭ୍ରମଣ ପାଇଁ ବି ଶୀତକୁ ଅପେକ୍ଷା କରାଯାଏ । କିନ୍ତୁ ଋତୁଟି ବୁଲାବୁଲି କରିବା ପାଇଁ ସିନା ଭଲ ଆଜ୍ଞା ହେଲେ ସ୍ବାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡ଼େ । ଯୁଆଡ଼େ ଦେଖିବ ଖାଲି ଖୁଁ ଖୁଁ ଆଉ ଛୁଁ ଛୁଁ । ଘରେ ଘରେ ଭାଇରାଲ୍ ଫିବର ଯେମିତି ବିନା ନିମନ୍ତ୍ରଣର କୁଣିଆ ଭଳି ପ୍ରବେଶ କରେ । ଖାଇବା ପିଇବାରେ ଟିକେ ଏପଟସେପଟ ହୋଇଗଲେ ସରିଗଲା କଥା । 

Untitled

ଥଣ୍ଡା ଅଧିକ ପଡ଼ିଗଲେ ଲୋକ ଯେମିତି ପାଣି ପିଇବାର ମାତ୍ରାକୁ କମାଇଦିଅନ୍ତି , ଗରମ ଗରମ ତେଲଭଜା ଭଳି ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତି । ଯାହା ଶରୀରକୁ ଆହୁରି ଦୁର୍ବଳ କରିଦିଏ । ଶରୀରରେ ଇମ୍ୟୁନିଟି ଭଲ ଥିଲେ ତ ଭଲ କିନ୍ତୁ ଇମ୍ୟୁନିଟି ଦୁର୍ବଳ ଥିଲେ ଥଣ୍ଡା , କାଶ , ଜ୍ବର ଆଲିଙ୍ଗନ କରିବାର ସୁଯୋଗକୁ ଯେମିତି ହାତଛଡ଼ା କରନ୍ତିନାହିଁ । ୩ , ୪ ମାସର ଏ ଋତୁ କିଛି ଲୋକଙ୍କୁ କନ୍ଦାଇଦିଏ କହିଲେ କିଛି ଭୁଲ୍ ହେବନି । ଯଦି ଆପଣ ବି ଶୀତଋତୁରେ ଭାଇରାଲ୍ ଫିବରର ସାମ୍ନା କରି କରି ଥକିଗଲେଣି । ତାହେଲେ କିଛି ଘରୋଇ ଉପାୟ ଆପଣାଇ ନିଜ ଶରୀରକୁ ଥଣ୍ଡାଜ୍ବର ସହ ଲଢିବା ପାଇଁ ପ୍ରସ୍ତୁତ କରାଇପାରିବେ । 

garnier

ଅଦା : ଥଣ୍ଡାକାଶ ପାଇଁ ଅଦା ରାମବାଣ ଭଳି କାମ କରେ । ଶୀତରେ ଇମ୍ୟୁନିଟି ବୁଷ୍ଟ୍ କରାଇବା ପାଇଁ ମଧ୍ୟ ସହାୟକ ହୁଏ । ଅଦା ଚା’ , କାଢା କିମ୍ବା ଅଦାର ରସକୁ ଗରମ କରି ଏଥିରେ ମହୁ ମିଶାଇ ପିଇଲେ କାଶରୁ ଉପଶମ ମିଳେ । 

ajwain

ଜୁଆଁଣୀ : ଖାଦ୍ୟର ସ୍ବାଦକୁ ବଢାଇବା ପାଇଁ ଜୁଆଁଣୀର ବ୍ୟବହାର କରାଯାଏ । କିନ୍ତୁ ଏଥିରେ ପେଟ ଦରଜ ଭଳି ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ । ଜୁଆଁଣୀକୁ ଚୋବାଇ ଖାଆନ୍ତୁ ଏବଂ ଉଷୁମ ପାଣିକୁ ଢକ ଢକ କରି ପିଅନ୍ତୁ । ପେଟଦରଜରୁ ମୁକ୍ତି ମିଳିବ । 

tulsi

ତୁଳସୀପତ୍ର : ତୁଳସୀପତ୍ରର ଔଷଧୀୟ ଗୁଣ ଅନେକ ସମସ୍ୟାକୁ ସମୁଳେ ନାଶ କରିବାର ସାହସ ରଖେ । ଆପଣ ଚାହିଁଲେ ତୁଳସୀ ପତ୍ରକୁ ସିଧା ଧୋଇ ଚୋବାଇ ଖାଇପାରିବେ । ନହେଲେ ଚା’ କିମ୍ବା କାଢାରେ ମିଶାଇ ପିଇପାରିବେ । ତୁଳସୀପତ୍ରର ରସକୁ ମହୁରେ ଗୋଳାଇ ମଧ୍ୟ ପିଇପାରିବେ । 

cinnamon

ଡାଲଚିନି : ଗରମ ମସଲାରେ ବ୍ୟବହୃତ ହେଉଥିବା ଡାଲଚିନିର ସ୍ବଭାବ ମଧ୍ୟ ଗରମ ହୋଇଥାଏ । ଯାହା ଶୀତରେ ହେଉଥିବା ତଣ୍ଟି ଦରଜ ସମସ୍ୟାରୁ ମୁକ୍ତି ଦେବା ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହୁଏ। ହାଲୁକା ମିଠା ଲାଗୁଥିବା ଡାଲଚିନିର ପାଉଡରକୁ ଗରମ ପାଣିରେ ମିଶାଇ ପିଇନିଅନ୍ତୁ ଏବଂ ଚାହିଁଲେ ଚା’ରେ ବି ଏହି ଗୁଣ୍ଡ ମିଶାଇ ପିଅନ୍ତୁ । ଉପଶମ ମିଳିବ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe