କନକ ବ୍ୟୁରୋ: ଅନେକଙ୍କଠାରେ ଡ୍ରାଏ ଓ କଳା ଓଠ ସମସ୍ୟା ଦେଖାଯାଏ । ଏହା ସାଧାରଣତଃ ଯତ୍ନର ଅଭାବ, କିଛି ଖରାପ ଅଭ୍ୟାସ ବା କିଛି ସ୍କିନ୍ କେୟାର ପ୍ରଡକ୍ଟର ପାର୍ଶ୍ବ ପ୍ରତିକ୍ରିୟାରୁ ହୋଇଥାଏ । କିନ୍ତୁ ଏହି ସମସ୍ୟାକୁ କିଛି ଘରୋଇ ଜିନିଷ ବ୍ୟବହାର କରି ଦୂରେଇ ହେବ । ପୁଣି ଥରେ ପାଇହେବ ପୂର୍ବର ଗୋଲାପୀ ଓଠ ।
• ଶୀତଦିନେ ଓଠର ବିଶେଷ ଯତ୍ନ ନେବାକୁ ପଡ଼େ
• ମଝିରେ ମଝିରେ ଓଠର ଶୁଷ୍କ ପରସ୍ତକୁ ହଟାଇବା ଜରୁରି
ଆଜିକାର ବ୍ୟସ୍ତବହୁଳ ଜୀବନଶୈଳୀ , ହାନିକାରକ କସ୍ମେଟିକ୍ସ, ଅଧିକ ଧୂମପାନ କରିବା ଦ୍ବାରା ଓଠ କଳା ପଡ଼ିଯାଏ । ନଚେତ୍ ସୂର୍ଯ୍ୟକିରଣ ସିଧାସଳଖ ପଡ଼ିବା ଦ୍ବାରା ମଧ୍ୟ ଅନେକ ସମୟରେ ଓଠ କଳାଦାଗ ସୃଷ୍ଟିହୁଏ । ଏପରି ସ୍ଥଳେ ଯଦି ଚାହୁଛନ୍ତି ଆପଣଙ୍କ ଓଠ ପୂର୍ବପରି ପିଙ୍କ୍ ଆଉ ଚମକଦାର ହେଉ ତେବେ ଆପଣାନ୍ତୁ କିଛି ସହଜ ଘରୋଇ ଉପଚାର ।
*ଲେମ୍ବୁରସ, ମହୁ ପ୍ୟାକ୍:
ଲେମ୍ବୁରସ ଓ କିଛି ବୁନ୍ଦା ମହୁକୁ ନେଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାକୁ ଓଠରେ ଲଗାଇ ପାଖାପାଖି ୨୦ ମିନିଟ ରଖିବା ପରେ ଧୋଇଦିଅନ୍ତୁ । ଏପରି ଲଗାତାର କଳେ ଓଠରୁ କଳାଦାଗ ଦୂରେଇଯାଏ ।
*ଗ୍ଲିସେରିନ୍ , ଲେମ୍ବୁରସ :
ଗ୍ଲିସେରିନ୍ ଓ ଲେମ୍ବୁରସକୁ ମିଶାଇ ଓଠରେ ଲେପ ଦିଅନ୍ତୁ । ଏହାକୁ ସକାଳ ଯାଏଁ: ରହିବାକୁ ଦିଅନ୍ତୁ। ସକାଳେ ଧୁଅନ୍ତୁ। ଏହା ମଧ୍ୟ ଓଠର କଳାଦାଗ ଦୂର କରିପାରେ ।
* ଗୋଲାପ ଜଳ, ଦହି ମିଶ୍ରଣ :
ଏହାକୁ ସମାନ ମାତ୍ରାରେ ମିଶାନ୍ତୁ । ଏହାକୁ ଲଗାତାର ପ୍ରତିଦିନ ଓଠରେ ଲେପ ଦେଲେ ଓଠର କଳାଦାଗ ଦୂର କରେ ।
* ନଡ଼ିଆ ତେଲ, ଚିନିର ସ୍କ୍ରବ୍:
ନଡ଼ିଆ ତେଲରେ ଚିନିକୁ ମିଶାନ୍ତୁ । ଏହାକୁ ଓଠରେ ହାଲକା ଘଷନ୍ତୁ । ଫଳରେ ଓଠର ଶୁଷ୍କ ପରସ୍ତ ବାହାରିଯାଏ । ଓଠ ମୁଲାୟମ ଓ ଦାଗମୁକ୍ତ ହୋଇଥାଏ ।
ଏହା ବ୍ୟତୀତ ଓଠରେ କେବଳ ଲେମ୍ବୁ ରସର ଲେପ ଦେଲେ ମଧ୍ୟ କଳାଦାଗ ଦୂର ହୋଇଥାଏ ।