କନକ ବ୍ୟୁରୋ : ଖୋଲା ରହିବ ଅଟ୍ଟାରୀ ସୀମା । ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି । ବଢ଼ିଲା ଭାରତ ଛାଡ଼ିବାର ସମୟ ସୀମା । ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ,ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ ବାସୀ । ଆଜି ଥିଲା ବର୍ଡର ବନ୍ଦର ଶେଷ ତାରିଖ ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ବର୍ଷ ବର୍ଷର ଠିକଣାକୁ ବଦଳାଇ ଦେଇଛି । ଯେଉଁମାନେ ଅନେକ ବର୍ଷ ଧରି ଆସି ଭାରତରେ ରହୁଥିଲେ, ଭିସା ବାତିଲ ହେବା ପରେ ସେମାନେ ଏବେ ନିଜ ଦେଶକୁ ଫେରିଛନ୍ତି । ଭାରତୀୟ ସୁରକ୍ଷା ବାହିନୀ ଦ୍ବାରା ପାସପୋର୍ଟର ଯାଞ୍ଚ ପରେ ଅଟ୍ଟାରୀ ଚେକ୍ ପୋଷ୍ଟ ଦେଇ ଭାରତରୁ ବିଦା ହୋଇଛନ୍ତି ପାକିସ୍ତାନୀ ନାଗରିକ । ତେବେ ଅଟ୍ଟାରୀ ସୀମାରେ ଦେଖିବାକୁ ମିଳିଛି କେତେକ କରୁଣ ଦୃଶ୍ୟ । ସ୍ବାମୀ ଓ ପରିବାରକୁ ଛାଡି ପାକିସ୍ତାନ ଯିବାକୁ ବାଧ୍ୟ ହୋଇଛନ୍ତି ତ ଆଉ କିଏ ବାପା ମାଆଙ୍କୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/05/01/obkloQLOav7hdI89TRkZ.jpg)