ଫେଲ୍ ମାରିଲା ଗୃହମନ୍ତ୍ରଣାଳୟ, ଲଦାଖ ପାଇଁ ଆଞ୍ଚଳିକ ପରିଷଦ ଗଠନ ପ୍ରସ୍ତାବକୁ ସ୍ଥାନୀୟ ନେତାଙ୍କ ବିରୋଧ

Advertisment

ଉଚ୍ଚକ୍ଷମତା ସମ୍ପନ୍ନ କମିଟିରେ ଗୃହମନ୍ତ୍ରଣାଳୟର ଅଧିକାରୀ, ଲଦାଖର ସାଂସଦ, ଲଦାଖ ଉପରାଜ୍ୟପାଳ, ଲେହ ଓ କାର୍ଗିଲ ହିଲ ଡେଭଲପମେଣ୍ଟ କାଉନସିଲର ମୁଖ୍ୟ କାର୍ୟ୍ୟନିର୍ବାହୀ କାଉନସିଲର, ଲେହ ଆପେକ୍ସ ବଡି (ଏଲ୍‌ଏବି)ର ନେତା ଓ କାର୍ଗିଲ ଡେମୋକ୍ରାଟିକ ଆଲିଆନ୍ସ (କେଡିଏ) ସାମିଲ ଥିଲା। ଏଲ୍‌ଏବି ଓ କେଡିଏ ଷଷ୍ଠ ଅନୁଚ୍ଛେଦ ଓ ରାଜ୍ୟ ମାନ୍ୟତା ଦାବି କରିଆସୁଛନ୍ତି।

ଉଚ୍ଚକ୍ଷମତା ସମ୍ପନ୍ନ କମିଟିରେ ଗୃହମନ୍ତ୍ରଣାଳୟର ଅଧିକାରୀ, ଲଦାଖର ସାଂସଦ, ଲଦାଖ ଉପରାଜ୍ୟପାଳ, ଲେହ ଓ କାର୍ଗିଲ ହିଲ ଡେଭଲପମେଣ୍ଟ କାଉନସିଲର ମୁଖ୍ୟ କାର୍ୟ୍ୟନିର୍ବାହୀ କାଉନସିଲର, ଲେହ ଆପେକ୍ସ ବଡି (ଏଲ୍‌ଏବି)ର ନେତା ଓ କାର୍ଗିଲ ଡେମୋକ୍ରାଟିକ ଆଲିଆନ୍ସ (କେଡିଏ) ସାମିଲ ଥିଲା। ଏଲ୍‌ଏବି ଓ କେଡିଏ ଷଷ୍ଠ ଅନୁଚ୍ଛେଦ ଓ ରାଜ୍ୟ ମାନ୍ୟତା ଦାବି କରିଆସୁଛନ୍ତି।

6A

କନକ ବ୍ୟୁରୋ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲଦାଖ ପାଇଁ ଆଞ୍ଚଳିକ ପରିଷଦ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ପରିଷଦର ମୁଖ୍ୟ କାର୍ୟ୍ୟନିର୍ବାହୀ କାଉନସିଲର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରିବେ। ତେବେ ଏହି ପ୍ରସ୍ତାବକୁ ଲଦାଖର ନେତାମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଲଦାଖ ପକ୍ଷରୁ ଦୀର୍ଘ ଦିନ ହେଲା ରାଜ୍ୟ ମାନ୍ୟତା ଓ ଷଷ୍ଠ ଅନୁସୂଚୀ ପ୍ରଦାନ କରିବାକୁ ଦାବି ହୋଇ ଆସୁଛି। ଫେବ୍ରୁଆରି ୪ ତାରିଖରେ ନୂଆଦିଲ୍ଲୀଠାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଲଦାଖ ସମ୍ପର୍କିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକରେ ଏହି ପ୍ରସ୍ତାବ ରଖାଯାଇଥିଲା । 

ଉଚ୍ଚକ୍ଷମତା ସମ୍ପନ୍ନ କମିଟିରେ ଗୃହମନ୍ତ୍ରଣାଳୟର ଅଧିକାରୀ, ଲଦାଖର ସାଂସଦ, ଲଦାଖ ଉପରାଜ୍ୟପାଳ, ଲେହ ଓ କାର୍ଗିଲ ହିଲ ଡେଭଲପମେଣ୍ଟ କାଉନସିଲର ମୁଖ୍ୟ କାର୍ୟ୍ୟନିର୍ବାହୀ କାଉନସିଲର, ଲେହ ଆପେକ୍ସ ବଡି (ଏଲ୍‌ଏବି)ର ନେତା ଓ କାର୍ଗିଲ ଡେମୋକ୍ରାଟିକ ଆଲିଆନ୍ସ (କେଡିଏ) ସାମିଲ ଥିଲା। ଏଲ୍‌ଏବି ଓ କେଡିଏ ଷଷ୍ଠ ଅନୁଚ୍ଛେଦ ଓ ରାଜ୍ୟ ମାନ୍ୟତା ଦାବି କରିଆସୁଛନ୍ତି। ଏଲଏବି ସହ ଅଧ୍ୟକ୍ଷ ଚେରିଂ ଦୋର୍ଜୟ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି। ଉଭୟ ଏଲଏବି ଓ କେଡିଏ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ବୋଲି ସେ ସୂଚନା ଦେଇଛନ୍ତି। ଲଦାଖ ପାଇଁ ସେମାନେ ବିଧାନସଭା ଗଠନ ସହିତ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ରଖିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ସୂଚୀ ପ୍ରଦାନ କରିବାର ଆର୍ଥିକ ଉପଯୋଗିତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା। 

ଅଧିକ ପଢ଼ନ୍ତୁ : ରାହୁଲ ଗାନ୍ଧୀଙ୍କ ବାଇକ ପ୍ରେମ: ଦିଲ୍ଲୀରୁ ଲଦାଖ ବାଇକ ଚଳାଇ ଯିବାକୁ ଇଚ୍ଛା, କିନ୍ତୁ ସୁରକ୍ଷା ଯୋଗୁଁ ତାଙ୍କୁ ମିଳୁନି ସୁଯୋଗ

ତେବେ ଜମ୍ମୁ ଓ କାଶ୍ମୀର ସହିତ ସେମାନେ ଥିବା‌ବେଳେ ଏହାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା। ଲଦାଖକୁ କାହିଁକି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ସେମାନେ ଯୁକ୍ତି ରଖିଥିଲେ। ଉତ୍ତର ପୂର୍ବ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛି। ସରକାରୀ କର୍ମଚାରୀଙ୍କ ଦରମା ଓ ପେନସନ ବାବଦରେ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି ବୋଲି ସେମାନେ କହିଥିଲେ। ଦୋର୍ଜୟ ମଧ୍ୟ ଗୃହ ମନ୍ତ୍ରଣାଳୟର ଯୁକ୍ତିକୁ ଖଣ୍ଡନ କରିଥିଲେ ଯେ, ଷଷ୍ଠ ଅନୁସୂଚୀ ସମ୍ପୂର୍ଣ୍ଣ ଜନସଂଖ୍ୟା ପାଇଁ ପ୍ରୟୋଗ କରାଯାଇପାରିବ ନାହିଁ। ଗୃହ ମନ୍ତ୍ରଣାଳୟ ଲଦାଖ ନେତାଙ୍କୁ ଆଉ ଏକ ପର୍ୟ୍ୟାୟ ଆଲୋଚନା ପାଇଁ ନିମନ୍ତ୍ରଣ କରିପାରେ ବୋଲି ସୂତ୍ରରୁ ଜାଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe