କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର । ସବୁ ରାଜ୍ୟକୁ ସୁରକ୍ଷା ମକଡ୍ରିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମକଡ୍ରିଲରେ ସାଧାରଣ ଲୋକ ବି ସାମିଲ ହେବେ । ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ ହେବ । ଆକ୍ରମଣ ହେଲେ ସାଧାରଣ ଲୋକ ଓ ଛାତ୍ର କଣ କରିବେ ସେ ନେଇ ତାଲିମ ଦିଆଯିବ । ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
ପହଲଗାମ ଆକ୍ରମଣର ପ୍ରତିଶୋଧ ପାଇଁ ନକ୍ସା ପ୍ରସ୍ତୁତ ସରିଛି। କେବଳ ଠିକ୍ ସମୟକୁ ଅପେକ୍ଷା କରିଛି ସେନା। ଏସବୁ ଭିତରେ ରାଫେଲ ତାର ପରାକ୍ରମ ଦେଖାଇଛି। ଆକାଶ ପଥରୁ ଆକ୍ରମଣ ହେଲେ ସାଇରନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବ୍କାକଆଉଟ ଭଲି ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ କେମିତି ବର୍ତ୍ତିଲେ ସେ ନେଇ ବି ତାଲିମ ଦିଆଯିବ । ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହାରି ଭିତରେ ଆତଙ୍କବାଦର ଅନ୍ତ କରିବାକୁ ଭାରତକୁ ଖୋଲା ସମର୍ଥନ ଦେଇଛନ୍ତି ଋଷ ଓ ଜାପାନ।