ଜାମ୍ମୁ କାଶ୍ମୀର ନିର୍ବାଚନରେ ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା । ଇଦ୍, ମହରମରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର

Advertisment

ଜାମ୍ମୁ କାଶ୍ମୀର ନିର୍ବାଚନରେ ମୁସଲିମ କାର୍ଡ ଖେଳିଲା ବିଜେପି। ଇଦ୍, ମହରମରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର। ପ୍ରଚାର ମୈଦାନରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା

ଜାମ୍ମୁ କାଶ୍ମୀର ନିର୍ବାଚନରେ ମୁସଲିମ କାର୍ଡ ଖେଳିଲା ବିଜେପି। ଇଦ୍, ମହରମରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର। ପ୍ରଚାର ମୈଦାନରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା

AMIT SAHA

କନକବ୍ୟୁରୋ :ଜାମ୍ମୁ କାଶ୍ମୀର ନିର୍ବାଚନରେ ମୁସଲିମ କାର୍ଡ ଖେଳିଲା ବିଜେପି । ଇଦ୍, ମହରମରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ପ୍ରଚାର ମୈଦାନରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା । ଆଜି ଜମ୍ମୁ କାଶ୍ମୀରରେ ନିର୍ବାଚନ ରାଲିରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଣିକି ଉଜ୍ଜଳା ଯୋଜନାରେ କାଶ୍ମୀର ବାସୀଙ୍କୁ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ । 

ଇଦ୍ ଓ ମହରମ ସମୟରେ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡର ଦେବାକୁ ଅମିତ୍ ଶାହା ନିର୍ବାଚନୀ ସଭାରୁ ଘୋଷଣା କରିଛନ୍ତି । ଏହି ଅବସରରେ ପରିବାରବାଦ ପ୍ରସଙ୍ଗ ଉଠାଇ କଂଗ୍ରେସ, ପିଡ଼ିପି ଓ ଏନସି ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ତିନୋଟି ପରିବାର ଦୀର୍ଘ ଦଶନ୍ଧି ଧରି ଜମ୍ମୁ କାଶ୍ମୀର ଜନସାଧାରଣ ମାନଙ୍କୁ ଧୋକ୍କା ଦେଇ ଆସୁଥିଲେ ।

ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଜାମ୍ମୁ କାଶ୍ମୀରରୁ ଆତଙ୍କବାଦକୁ ସମାପ୍ତ କରିଛି । ଏଠାରେ ଥିବା ଯୁବକମାନଙ୍କୁ ପଥର ବଦଳରେ ଲାପଟପ୍ ଦିଆଯାଇଛି । ଏଣିକି ଜାମ୍ମୁ କାଶ୍ମୀରରେ ତିନି ପରିବାରର ନିୟମ ଶେଷ ହେବାକୁ ଯାଉଛି ବୋଲି ସେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe