କନକବ୍ୟୁରୋ :ଜାମ୍ମୁ କାଶ୍ମୀର ନିର୍ବାଚନରେ ମୁସଲିମ କାର୍ଡ ଖେଳିଲା ବିଜେପି । ଇଦ୍, ମହରମରେ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର । ପ୍ରଚାର ମୈଦାନରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘୋଷଣା । ଆଜି ଜମ୍ମୁ କାଶ୍ମୀରରେ ନିର୍ବାଚନ ରାଲିରେ ଏସମ୍ପର୍କରେ ଘୋଷଣା କରିଛନ୍ତି। ଏଣିକି ଉଜ୍ଜଳା ଯୋଜନାରେ କାଶ୍ମୀର ବାସୀଙ୍କୁ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡର ମିଳିବ । 

Advertisment

ଇଦ୍ ଓ ମହରମ ସମୟରେ ଦୁଇଟି ମାଗଣା ଗ୍ୟାସ ସିଲିଣ୍ଡର ଦେବାକୁ ଅମିତ୍ ଶାହା ନିର୍ବାଚନୀ ସଭାରୁ ଘୋଷଣା କରିଛନ୍ତି । ଏହି ଅବସରରେ ପରିବାରବାଦ ପ୍ରସଙ୍ଗ ଉଠାଇ କଂଗ୍ରେସ, ପିଡ଼ିପି ଓ ଏନସି ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏହି ତିନୋଟି ପରିବାର ଦୀର୍ଘ ଦଶନ୍ଧି ଧରି ଜମ୍ମୁ କାଶ୍ମୀର ଜନସାଧାରଣ ମାନଙ୍କୁ ଧୋକ୍କା ଦେଇ ଆସୁଥିଲେ ।

ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଜାମ୍ମୁ କାଶ୍ମୀରରୁ ଆତଙ୍କବାଦକୁ ସମାପ୍ତ କରିଛି । ଏଠାରେ ଥିବା ଯୁବକମାନଙ୍କୁ ପଥର ବଦଳରେ ଲାପଟପ୍ ଦିଆଯାଇଛି । ଏଣିକି ଜାମ୍ମୁ କାଶ୍ମୀରରେ ତିନି ପରିବାରର ନିୟମ ଶେଷ ହେବାକୁ ଯାଉଛି ବୋଲି ସେ କହିଛନ୍ତି ।