ବଢୁଛି ମଣିପୁରରେ ହିଂସା ଆକ୍ସନ ମୋଡରେ ଗୃହମନ୍ତ୍ରୀ । ଆଜି ଗୁରୁତ୍ବପୂର୍ଣ୍ଣ ବୈଠକରେ ହେବ ଆଲୋଚନା

Advertisment

ମଣିପୁରରେ ପୁଣି ଉତ୍ତେଜନା। ଇମ୍ଫାଲରେ ବିଜେପି ବିଧାୟକ କଙ୍ଗଖାମ୍ ରବିନ୍ଦୋଙ୍କ ପୈତୃକ ବାସଭବନରେ ଶନିବାର ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଥିଲେ। ଏଥିସହ ମନ୍ତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅନେକ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।

ମଣିପୁରରେ ପୁଣି ଉତ୍ତେଜନା। ଇମ୍ଫାଲରେ ବିଜେପି ବିଧାୟକ କଙ୍ଗଖାମ୍ ରବିନ୍ଦୋଙ୍କ ପୈତୃକ ବାସଭବନରେ ଶନିବାର ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଥିଲେ। ଏଥିସହ ମନ୍ତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅନେକ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।

manipur 12

କନକବ୍ୟୁରୋ : ମଣିପୁରରେ ପୁଣି ଉତ୍ତେଜନା। ଇମ୍ଫାଲରେ ବିଜେପି ବିଧାୟକ କଙ୍ଗଖାମ୍ ରବିନ୍ଦୋଙ୍କ ପୈତୃକ ବାସଭବନରେ ଶନିବାର ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଥିଲେ । ଏଥିସହ ମନ୍ତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି  । ଅନେକ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି ।  ଗତକାଲି ଏକ ଗୋଷ୍ଠୀ ଜୋର ଜବରଦସ୍ତ ଇମ୍ଫାଲରେ ରବିନ୍ଦୋଙ୍କ ଘରେ ପଶି ତାଙ୍କ ସହ ସାକ୍ଷାତ କରିବାକୁ ଦାବି କରିଥିଲେ, କିନ୍ତୁ ସେ ଘରେ ଉପସ୍ଥିତ ନଥିଲେ  ।

ତେଣୁ ତାଙ୍କ ବାପା  ଲୋକଙ୍କୁ କହିଥିଲେ ଯେ ସେମାନେ ଯାହା ବାର୍ତ୍ତା ଦେବେ, ସେ ତାହା ତାଙ୍କ ପୁଅଙ୍କୁ ଜଣାଇବେ । ହେଲେ ଉତ୍ୟକ୍ତ ଲୋକ କିଛି ଶୁଣିବାକୁ ନାରାଜ। ପୋଲିସର ସୂଚନା ଅନୁସାରେ,  ରାଜ୍ୟରେ ଲାଗି ରହିଥିବା ଜାତିଗତ ହିଂସାକାଣ୍ଡକୁ ନେଇ ଉତ୍ୟକ୍ତ ଲୋକ ବିଜେପି ବିଧାୟକଙ୍କ ଆଭିମୁଖ୍ୟ ଜାଣିବାକୁ ଚାହୁଁଥିଲେ । ମଣିପୁର ଜିରିବାମ ଜିଲ୍ଲାରେ ୩ ଜଣ ମହିଳା ଓ ୩ ଜଣ ଶିଶୁଙ୍କ ମୃତଦେହ ମିଳିବା ପରେ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି  ।

ଏହି ଖବର ଲୋକଙ୍କ ପାଖରେ ପହଞ୍ଚିବା ମାତ୍ରେ ଉତ୍ତ୍ୟକ୍ତ ଜନତା ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଶନିବାର ରାଜ୍ୟର ୩ ଜଣ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘରେ ଆକ୍ରମଣ କରିଥିଲେ ପ୍ରଦର୍ଶନକାରୀ ।   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ମଣିପୁରର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ସହ  ରାଜ୍ୟରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଆଜି ମଧ୍ୟ ଅପରାହ୍ଣ ୧୨ଟା ବେଳେ ମଣିପୁର ସ୍ଥିତିକୁ ନେଇ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe