ପାକିସ୍ତାନକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଚେତାବନୀ : ଭାରତକୁ ଆଡ ଆଖିରେ ଚାହିଁଲେ ଭୟଙ୍କର ଜବାବ ମିଳିବ

ଅପରେସନ ସିନ୍ଦୂରକୁ ନେଇ ପୁଣି ବଡ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ  ।  ଶାହ କହିଛନ୍ତି ପାକିସ୍ତାନ ଉପରେ ଭାରତ ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିଛି ।

ଅଦ୍ୟତନ ହୋଇଛି
nit

Photograph: (kanaknews)

କନକବ୍ୟୁରୋ : ଅପରେସନ ସିନ୍ଦୂରକୁ ନେଇ ପୁଣି ବଡ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ  ।  ଶାହ କହିଛନ୍ତି ପାକିସ୍ତାନ ଉପରେ ଭାରତ ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିଛି । ଯେଉଁ ଉପାୟରେ ଶତ୍ରୁ ଦେଶକୁ ଜବାବ ଦେଇଛି ତାକୁ ସାରା ବିଶ୍ବ ପ୍ରଶଂସା କରୁଛି । ଦିଲ୍ଲୀ ବିଜ୍ଞାନଭବନରେ ଆୟୋଜିତ ବିଏସଏଫର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରେସନ ସିନ୍ଦୂରକୁ ନେଇ ଗୃହମନ୍ତ୍ରୀ ବଡ ବୟାନ ଦେଇଛନ୍ତି ।

ସେପଟେ ପାକିସ୍ତାନକୁ ପୁଣି ଭାରତର କଡ଼ା ଚେତାବନୀ । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଆତଙ୍କୀ ନଜର ଆସିଲେ ସଙ୍ଗେ ସଙ୍ଗେ ନିପାତ କରାଯିବ । ପାକିସ୍ତାନରେ ଖୁଲମଖୁଲ୍ଲା ବୁଲୁଛନ୍ତି ଆତଙ୍କବାଦୀ । ଯେଉଁମାନେ ବିଶ୍ବ ଆତଙ୍କୀ ତାଲିକାରେ ଅଛନ୍ତି ସେମାନେ ବିନା ଭୟରେ ପାକିସ୍ତାନରେ ବୁଲୁଛନ୍ତି । କାରଣ ସେମାନଙ୍କ ପଛରେ ରହିଛି ପାକ ସରକାର ଓ ସେନାର ପୂର୍ଣ୍ଣ ସମର୍ଥନ ।

ଏଥିସହ ଜୟଶଙ୍କର କହିଛନ୍ତି ଏବେ ବି ଅପରେସନ ସିନ୍ଦୂର ଶେଷ ହୋଇନି । ଏଣିକି ପ୍ରତି ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଭାରତକୁ ଆଉ କେହି ରୋକି ପାରିବେନି । ନେଦରଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନକୁ ଆତଙ୍କୀସ୍ତାନ କହିବା ସହ କଡ଼ା ଭାଷାରେ ନିନ୍ଦା  କରିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe