କନକ ବ୍ୟୁରୋ : ଜଗତସିଂହପୁର ସଦର ଥାନା ମହିଳା ହୋମ ଗାର୍ଡଙ୍କ ସାଙ୍ଘାତିକ ଅଭିଯୋଗ। କେସ ରଫା ଦଫା କରିବା ପାଇଁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ୨୫ ଲକ୍ଷ ଟଙ୍କା ନେଇ କେସ ରଫାଦଫା କରିବାକୁ ତାଙ୍କୁ ଧମକ ମିଳିଥିବା ସେ କହିଛନ୍ତି ।
ତେଣୁ ପରିବାର ଲୋକ ପ୍ରତି ବିପଦ ସହିତ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ମହିଳା ହୋମ ଗାର୍ଡ । ଜଣେ ଅଜଣା ବ୍ୟକ୍ତି ଷ୍ଟାଡିୟମକୁ ଡାକି କେସକୁ ରଫା ଦଫା କରିବା ପାଇଁ ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଖଣ୍ଡନ କରିଛନ୍ତି। ଅଭିଯୋଗ ପାଇ ଜଗତସିଂହପୁର ସଦର ଥାନାରେ ପହଞ୍ଚିଥିଲେ ଏସପି ଭବାନୀ ଶଙ୍କର ଉଦ୍ ଗାତା ।