ରୋଜଗାର ଦେଇଛି ଘରସଜ୍ଜା ସାମଗ୍ରୀ, ଲକ୍ଷ ଲକ୍ଷ ଟଙ୍କାର ହେଉଛି କାରବାର

ସୁନ୍ଦର ସୁନ୍ଦର ଡିଜାଇନ୍‌ର ୱାଲ୍ ହ୍ୟାଙ୍ଗିଙ୍ଗ୍ ସାଙ୍ଗକୁ ପ୍ଲାଷ୍ଟିକ୍ ଫୁଲ ମାଳ, ପରଦା, ଲାଇଟିଂ ଲ୍ୟାମ୍ପ । ଆକର୍ଷିତ କରୁଛି ଭଳିକି ଭଳି ଡିଜାଇନ୍‌ର ଫୁଲ ମାଳ । ଖାଲି ଘରସଜ୍ଜା ସାମଗ୍ରୀ ନୁହେଁ, ଟ୍ରକ୍, ବାଇକ୍ ଓ ଦୋକାନକୁ ସୁନ୍ଦର ଭାବେ ସଜାଇବା ଲାଗି ମନଲାଖି ସାମଗ୍ରୀ ବି ମିଳୁଛି ।

sd

Photograph: (kanak news)

କନକ ବ୍ୟୁରୋ: ପାର୍ବଣ ଆସିବା ସହ ବଜାରରେ ମେଲିଲାଣି ଘରସଜ୍ଜା ସାମଗ୍ରୀର ପସରା । ପାରମ୍ପରିକ ହାତ ତିଆରି ସାମଗ୍ରୀର ତ ବେଶ୍ ଚାହିଦା ରହିଛି । ରାସ୍ତା କଡ଼ରେ ମେଲିଛି ପସରା । ସୁନ୍ଦର ସୁନ୍ଦର ଡିଜାଇନ୍‌ର ୱାଲ୍ ହ୍ୟାଙ୍ଗିଙ୍ଗ୍ ସାଙ୍ଗକୁ ପ୍ଲାଷ୍ଟିକ୍ ଫୁଲ ମାଳ, ପରଦା, ଲାଇଟିଂ ଲ୍ୟାମ୍ପ । ଆକର୍ଷିତ କରୁଛି ଭଳିକି ଭଳି ଡିଜାଇନ୍‌ର ଫୁଲ ମାଳ । ଖାଲି ଘରସଜ୍ଜା ସାମଗ୍ରୀ ନୁହେଁ, ଟ୍ରକ୍, ବାଇକ୍ ଓ ଦୋକାନକୁ ସୁନ୍ଦର ଭାବେ ସଜାଇବା ଲାଗି ମନଲାଖି ସାମଗ୍ରୀ ବି ମିଳୁଛି । ପାର୍ବଣ ଋତୁରେ ଏ ସବୁ ସାମଗ୍ରୀର ରହିଛି ଢେର୍ ଚାହିଦା । ୨୦ ଟଙ୍କାରୁ ଆରମ୍ଭ କରି ୮ ହଜାର ଟଙ୍କା ପର୍ୟ୍ୟନ୍ତ ରହିଛି ଦର । 

କପଡ଼ା, ଉଲ୍‌ ଓ ସୂତାରୁ ତିଆରି ହୋଇଥାଏ ଏସବୁ ସୁନ୍ଦର ସୁନ୍ଦର ଜିନିଷ । କୋଲକାତା, ବନାରସ ଓ ଦିଲ୍ଲୀରୁ ସାମଗ୍ରୀ ଆଣି ଓଡ଼ିଶାରେ ବ୍ୟବସାୟ କରିଥାନ୍ତି ବ୍ୟବସାୟୀ । ଛତିଶଗଡ଼ ବିଳାସପୁର ଅଞ୍ଚଳର ଲୋକେ ବର୍ଷକୁ ୨ ଥର ଓଡ଼ିଶା ଆସି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରି ଯାଇଥାନ୍ତି । ପାରମ୍ପରିକ ଘରସଜ୍ଜା ସାମଗ୍ରୀକୁ ଆଜି ବି ବଞ୍ଚାଇ ରଖିଛନ୍ତି ଏପରି କିଛି ବ୍ୟବସାୟୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe