କନକ ବ୍ୟୁରୋ: ଆଶିଷ ସିଂ ଏବଂ ଡିଏସ୍ କୁଟ୍ଟେଙ୍କ ପାଇଁ ବଢିଲା ଅଡୁଆ । କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗ ଆରମ୍ଭ କଲା ପ୍ରକ୍ରିୟା ।  ଆଶିଷ ସିଂହ ଓ  ଡିଏସ୍ କୁଟେ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର  ଦେବା ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ନିର୍ବାଚନ ପରିଚାଳନାରେ ସମ୍ପୃକ୍ତି ଅଭିଯୋଗରେ କୁଟ୍ଟେ ଉତ୍ତର ଦେବାକୁ ନିର୍ଦ୍ଦେଶ । ସନ୍ତୋଷ ଜନକ ଉତ୍ତର ନଦେଲେ ହୋଇପାରେ ତଦନ୍ତ । ନିର୍ବାଚନ କମିଶନ ମାଗିଥିବା ଅଭିଯୋଗ ଉପରେ ଉତ୍ତର ଦେବାକୁ ନିର୍ଦ୍ଦେଶ । ନିର୍ବାଚନ ଦିନ ଜଣେ ପ୍ରାର୍ଥୀଙ୍କୁ ଗିରଫ ପାଇଁ ଖୋର୍ଦ୍ଦ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ଖୋର୍ଦ୍ଦ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ନାହିଁ ସେ ନେଇ ଉତ୍ତର ମାଗିଛି ଗୃହ ବିଭାଗ । ଟଙ୍କା ପଦବୀର ଦୁରୁପଯୋଗ କରି ନିର୍ବାଚନରେ ହସ୍ତକ୍ଷେପ କରିଥିଲେ କି ନାହିଁ ଉତ୍ତର ଦେବାକୁ ନିର୍ଦ୍ଦେଶ । ସେହିପରି ମିଥ୍ୟା କାରଣ ଦର୍ଶାଇ ଛୁଟିରେ ରହିବା ନେଇ ବି ଆଶିଷ ସିଂଙ୍କୁ ଉତ୍ତର ମାଗିଛି ଗୃହ ବିଭାଗ ।