କନକବ୍ୟୁରୋ : ଓଲିଉଡର ରୋମାଣ୍ଟିକ୍ ନାୟିକା ସୂର୍ଯ୍ୟମୟୀ । ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ହାତରେ ଏବେ ଅନେକ ଫିଲ୍ମର ସୁଯୋଗ । ଖୁବ୍ କମ ଦିନ ମଧ୍ୟରେ ଓଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିପାରିଛନ୍ତି । ନୂଆ ଚରିତ୍ରରେ ନିଜର ଅଭିନୟର ଯାଦୁରେ ସମସ୍ତ ମନ ଜିଣିଛନ୍ତି ଅଭିନେତ୍ରୀ ସୂର୍ଯ୍ୟମୟୀ । ଗାଁଉଲି ଚରିତ୍ର ହେଉ କି ଜଣେ ପୁଲିସ ଅଫିସର ସବୁ ଚରିତ୍ରରେ ସେ ଫିଟ୍ ହୋଇଯାଆନ୍ତି । ୨୦୧୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ଭଲପାଏ ତତେ ଶହେରୁ ଶହେ ଜରିଆରେ ସିନେ ଦୁନିଆରେ ଏଣ୍ଚ୍ରି କରିଥିଲେ ସୂର୍ଯ୍ୟମୟୀ । ଏହି ଫିଲ୍ମରେ ବାବୁଶାନଙ୍କ ସହ ସୂର୍ଯ୍ୟମୟୀଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଦୀର୍ଘ ୧୦ ବର୍ଷ ଧରି ଓଡିଆ ସିନେଜଗତରେ ସେ ସକ୍ରିୟ ଅଛନ୍ତି ରୋମାଣ୍ଟିକ୍ ହିରୋଇନ ସୂର୍ଯ୍ୟମୟୀ । ଏହି ସମୟରେ ଅଧିକାଂଶ ଆଗଧାଡିର ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଛନ୍ତି ।
ଆଉ ଏହାରି ମଧ୍ୟରେ ଅନେକ ଫିଲ୍ମ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ । ଯାହା ସୂର୍ଯ୍ୟମୟୀଙ୍କୁ ଦେଇଛି ଭର୍ସାଟାଇଲ ଆକ୍ଟରର ଟ୍ୟାଗ୍ । ଫିଲ୍ମ କର୍ମ ବକ୍ସଅଫିସରେ ରେକର୍ଡ କରିଛି । କ୍ରାଇମ୍ ଥ୍ରିଲର ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟଭୂମିକାରେ ନଜର ଆସିଥିଲେ ଅନୁଭବ । ଆଉ ଅନୁଭବଙ୍କ ବିପକ୍ଷରେ ସ୍କ୍ରିନ୍ ସେୟାର କରିଥିଲେ ସୂର୍ଯ୍ୟମୟୀ । ପ୍ରଥମ ଥର ପାଇଁ ଅନୁଭବଙ୍କ ସହ ଯୋଡ଼ି ଜମିଥିଲା ସୂର୍ଯ୍ୟମୟୀଙ୍କର ।
ଦର୍ଶକ ମଧ୍ୟ ଏହି ଯୋଡ଼ିକୁ ବେଶ୍ ପସନ୍ଦ କରିଥିଲେ । ସେହିପରି ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ରଙ୍ଗଶୂରରେ ନିଜର ନିଆରା ଗେଟ୍ଅପ ପାଇଁ ଚର୍ଚ୍ଚାରେ ରହିଛନ୍ତି ସୂର୍ଯ୍ୟମୟୀ । ଅଧିକାଂଶ ସିନେମାରେ ନିଜର ନିଆରା ଗେଟଅପକୁ ନେଇ ଦର୍ଶକଙ୍କ ମନ ଜିଣିଛନ୍ତି । ସେହିପରି ୧୪ ତାରିଖରେ ରିଲିଜ୍ ହେବାକୁ ଥିବା ଫିଲ୍ମ ଶିମ୍ଲିରେ ବନ ବିଭାଗରେ ସର୍ବୋଚ୍ଚ ଅଧିକାରୀ ଡିଏଫଓ ଚରିତ୍ରରେ ଅଭିନୟ କରୁଛନ୍ତି ଲୋକପ୍ରିୟ ନାୟିକା ସୂର୍ୟ୍ୟମୟୀ । ଏହି ଫିଲ୍ମରେ ଶିବାନୀ ସାମନ୍ତରାୟଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ସୂର୍ଯ୍ୟମୟୀ । ଜଣେ ନିର୍ଭୀକ, କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ଅଧିକାରୀ ଭୂମିକାରେ ପ୍ରଥମ ଥର ଲାଗି ସୂର୍ଯ୍ୟମୟୀଙ୍କୁ ଦେଖିବେ ଦର୍ଶକ ।
ଅଧିକାଂଶ ଛବିରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ଦର୍ଶକଙ୍କୁ ଚମକାଉଥିବା ଏହି ନାୟିକା ଓଡ଼ିଆ ସିନେମା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ପୁଣି ଧମାଲ କରିବେ ବୋଲି କୁହାଯାଉଛି। ଚଳିତ ବର୍ଷ ‘ରଙ୍ଗଶୂର’ରେ ନିଜର ନିଆରା ଗେଟ୍ଅପ୍ ଓ ଭିନ୍ନ ଭୂମିକା ପାଇଁ ପୁଣି ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍ର ଲୋକପ୍ରିୟ ନାୟିକା ସୂର୍ଯ୍ୟମୟୀ । ଅଧିକାଂଶ ଛବିରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସି ଦର୍ଶକଙ୍କୁ ଚମକାଉଥିବା ଏହି ନାୟିକା ଓଡ଼ିଆ ସିନେମା ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ପୁଣି ଧମାଲ କରିବେ ବୋଲି କୁହାଯାଉଛି। ଶ୍ରୀଜଗନ୍ନାଥଙ୍କ ମହିମା ଆଧାରିତ ଏହି ସିନେମାରେ ସୂର୍ଯ୍ୟମୟୀଙ୍କ ଭୂମିକାରେ ନିଆରାପଣ ରହିଛି। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ରହିଛି ଗୁଲ୍ମାସ୍ ।
ଏଥିରେ କଳାପାହାଡ଼ର ସ୍ତ୍ରୀ ଭୂମିକାରେ ନଜର ଆସିବେ ସେ। ସୂର୍ଯ୍ୟମୟୀଙ୍କ ବିପକ୍ଷରେ କଳାପାହାଡ଼ ଭୂମିକାରେ ଅଛନ୍ତି ‘ସୁପର୍ଷ୍ଟାର୍-ଏ ଡ୍ରିମ୍’ ଫେମ୍ ଅଭିନେତା ଅଂଶୁମାନ। ଏହା ମଧ୍ୟ ଅଂଶୁମାନ-ସୂର୍ଯ୍ୟମୟୀ ଯୋଡ଼ିର ପ୍ରଥମ ସିନେମା। କାହାଣୀ ଐତିହାସିକ ହୋଇଥିବାରୁ ତତ୍କାଳୀନ ପୋଷାକପରିଚ୍ଛଦରେ ସେ ନଜର ଆସିବେ ।
ଏହି ଭୂମିକାକୁ ନେଇ ଖୁବ୍ ଉତ୍ସାହିତ ବୋଲି କହିଛନ୍ତି ନାୟିକା ସୂର୍ଯ୍ୟମୟୀ । ଶ୍ରୀଜଗନ୍ନାଥଙ୍କ ନବକଳେବର’ରେ ସୂର୍ଯ୍ୟମୟୀ ଓ ଅଂଶୁମାନଙ୍କ ବ୍ୟତୀତ ସିଦ୍ଧାନ୍ତ, ଶ୍ରୀତମ୍, ଜ୍ୟୋତି, ଶିବାନୀ, କେଦାର ମିଶ୍ର, ପ୍ରିୟଙ୍କା, ଦେବୁ ପଟ୍ଟନାୟକ ଓ କୁନା ତ୍ରିପାଠୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ସାଇଶ୍ରଦ୍ଧା ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଏହି ସିନେମାର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଛନ୍ତି ବିନି ସାମଲ। ଶଙ୍କର ତ୍ରିପାଠୀଙ୍କ ରଚିତ ଏକ ଚର୍ଚ୍ଚିତ ନାଟକର କାହାଣୀକୁ ଆଧାର କରି ଏହି ସିନେମାଟି ତିଆରି ହୋଇଛି