କନକବ୍ୟୁରୋ : ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା । ବିଭିନ୍ନ ଆଡୁ ଚାପର ଶିକାର ହେବା ପରେ ଶେଷରେ କ୍ଷମାପ୍ରାର୍ଥନା କରିଛନ୍ତି ଓଲିଉଡ଼ ଅଭିନେତା ମନୋଜ ମିଶ୍ର । ରବିବାର ରାତିରେ ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି ।
ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ ତେବେ ସେଥିପାଇଁ ମୁଁ ଦୁଃଖିତ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା ।