କନକ ବ୍ୟୁରୋ : ଧୂମଧାମରେ ପାଳନ ହେଉଛି ଶ୍ୟାମ ବାବାଙ୍କ ଫଗୁଣ ଉତ୍ସବ । ଜାତି ବର୍ଣ୍ଣ ନିର୍ବିଶେଷରେ ଏକାଠି ହୋଇଛନ୍ତି ହଜାର ହଜାର ଭକ୍ତ । ଶ୍ୟାମ ବାବାଙ୍କ ପ୍ରତି ଅନେକ ଆସ୍ଥା ଓ ବିଶ୍ୱାସ ଭକ୍ତଙ୍କୁ ଏଠାକୁ ଟାଣି ଆଣିଛି ଆଉ ଶ୍ୟାମ ବାବାଙ୍କ ସହ ହୋଲି ଖେଳରେ ବିଭୋର ହୋଇଯାଇଛନ୍ତି ଭକ୍ତ । 

Advertisment

ହୋଲି ପୂର୍ବରୁ ହୋଲି । ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇବାରେ ବ୍ୟସ୍ତ । ଭଟଲିର ନରେଶ ଶ୍ୟାମ ବାବାଙ୍କ ଫଗୁ ଉତ୍ସବ ବେଶ ଧୂମଧାମରେ ପାଳନ ହେଉଛି । ରାଜ୍ୟ ତଥା ରାଜ୍ୟ ବାହାର ହଜାର ହଜାର ଭକ୍ତଙ୍କ ମେଳରେ ପାଲଙ୍କି ପାଟୁଆଁରରେ ବାହାରିଛି ଶ୍ୟାମ ବାବାଙ୍କ ଶୋଭାଯାତ୍ରା । 

ରାଜସ୍ଥାନ ଖାଟୁଶ୍ୟାମଙ୍କ ପରେ ଏହା ହେଉଛି ଶ୍ୟାମ ବାବାଙ୍କ ଦ୍ୱିତୀୟ ମନ୍ଦିର । ବିଶ୍ବାସ ରହିଛି, ଖାଲି ପାଦରେ ଝଣ୍ଡା ଯାତ୍ରା କଲେ ମନୋସ୍କାମନା ପୁରଣ ହୋଇଥାଏ । ସେଥିପାଇଁ ଭକ୍ତ ମାନେ ବରଗଡରୁ ଭଟଲି ୧୭ କିଲୋମିଟର ଝଣ୍ଡା ବା ନିଶାନ ଯାତ୍ରା କରିଥାନ୍ତି । ପ୍ରତିବର୍ଷ ଏଇ ଫଗୁଣ ଶୁକ୍ଳପକ୍ଷ ଏକାଦଶୀରେ ଭଟଲିରେ ହୋଲି ଉତ୍ସବ ପାଳନ ହୋଇଥାଏ ।