ହୋଲିରେ ସିଝିବ ଓଡ଼ିଶା;  ଏହି ସବୁ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ

Advertisment

ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ କରିବ କଲବଲ । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ କରିବ କଲବଲ । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।

ହୋଲିରେ ସିଝିବ ଓଡ଼ିଶା

ହୋଲିରେ ସିଝିବ ଓଡ଼ିଶା Photograph: (KANAK NEWS)

କନକ ବ୍ୟୁରୋ: ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ କରିବ କଲବଲ । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଯାହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବ ଝାରସୁଗୁଡ଼ା, ସମ୍ବଲପୁର,ମୟୂରଭଞ୍ଜ ଜିଲ୍ଲା । ଏଥିସହ ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ଅନୁଗୁଳ, ଢେ଼ଙ୍କାନାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଗଜପତି, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ତାତିରେ ପ୍ରଭାବିତ ହେବ ।

ଅନ୍ୟପଟେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ଖୋର୍ଦ୍ଧା, ପୁରୀ, ଯାଜପୁର ସମେତ ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବ । ଆସନ୍ତାକାଲି ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମାତ୍ରା ଅଧିକ ରହିବ । ଏଥିସହ କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଜପତି, ସୁନ୍ଦରଗଡ଼, ବୌଦ୍ଧ ସୋନପୁର, ବଲାଙ୍ଗୀର, ଅନୁଗୁଳ ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅଧିକ ଗ୍ରୀଷ୍ମ ପ୍ରବାହ ରହିବ ।

ତେବେ ଗତ ୨୪ ଘଣ୍ଟାରେ ବାରିପଦା, ଝାରସୁଗୁଡ଼ା, ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଆଜି ୪୦ ଡିଗ୍ରୀ ଉପରେ ରହିଥିଲା ଭଦ୍ରକ, ଝାରସୁଗୁଡ଼ା ସମ୍ବଲପୁର, ହୀରାକୁଦ, ବାରିପଦା, ବଲାଙ୍ଗୀର, ଟିଟିଲାଗଡ ଓ ବୌଦ୍ଧର ତାପମାତ୍ରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe