କନକ ବ୍ୟୁରୋ : ଏକାତରେ ରଙ୍ଗରେ ବାନ୍ଧି ରଖିଥାଏ । ଚଳିତ ବର୍ଷ ସାରା ଦେଶରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି ହୋଲି ପର୍ବ । ପଲ୍ଲୀରୁ ଦିଲ୍ଲୀ ସବୁଠି ଚାଲିଛି ଜୋରଦାର ସେଲିବ୍ରେସନ । ଯେଉଁଥିରେ ପିଲା ହେଉ କି ବୃଦ୍ଧ, ନେତା ହୁଅନ୍ତୁ କି ଅଭିନେତା ସଭିଏଁ ହୋଇଛନ୍ତି ମସଗୁଲ୍ । ହୋଲିର ସବୁଠାରୁ ଦମଦାର ସେଲିବ୍ରେସନ ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶରେ । ଗୋରଖପୁରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ହଜାର ହଜାର ଲୋକ ୟୁପିର ପ୍ରସିଦ୍ଧ ମଥୁରା ସହରରେ ଏକତ୍ରୀତ ହୋଇ ପାଳିଛନ୍ତି ରଙ୍ଗର ପର୍ବ । ସେହିପରି ପ୍ରସିଦ୍ଧ ପ୍ରେମ ମନ୍ଦିରରେ ହୋଲି ସେଲିବ୍ରେସନର ଦୃଶ୍ୟ ଅତି ମନରୋମ ହୋଇଥିଲା । ଯେଉଁଠି ହଜାର ହାଜର ଲୋକ ରାସ୍ତାକୁ ଓହ୍ଲାଇ ପରସ୍ପରକୁ ରଙ୍ଗ ମାରି କରିଥିଲେ ସେଲିବ୍ରେସନ୍ । ସେହିପରି ସମ୍ଭଲରେ ହୋଲିକା ଦହନ ଉତ୍ସବରେ ସାମିଲ ହୋଇଥିଲେ ଶ୍ରଦ୍ଧାଳୁ ମାନେ । ଅନ୍ୟପଟେ ମାୟାନଗରି ମୁମ୍ବାଇରେ ମଧ୍ୟ ବେଶ ଧୁମଧାମରେ ସମୂଦ୍ରକୂଳରେ ହୋଲି ଉତ୍ସବ ପାଳନ କରିଥିଲେ ମୁମ୍ବାଇବାସିନ୍ଦା
ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ଯବାନ
ଭାରତୀୟ ସେନାର ଯବାନମାନେ ସୀମାରେ ପାଳିଛନ୍ତି ହୋଲି ପର୍ବ । ପରସ୍ପରଙ୍କୁ ରଙ୍ଗ ବୋଳିବା ସହ ଏହି ପବିତ୍ର ପର୍ବର ଶୁଭେଚ୍ଛା ଦେଶବାସୀଙ୍କୁ ଜଣାଇଛନ୍ତି ଭାରତୀୟ ସେନାର ଯବାନମାନେ । ପଲ୍ଲିରୁ ଦିଲ୍ଲୀ ସବୁଠି ବେଶ ଜାକଜମକରେ ଜାରି ରହିଛି ରଙ୍ଗର ପର୍ବ ହୋଲିର ସେଲିବ୍ରେସନ । ନେତା, ଜନତା ସବୁ ଏକାଠି ରାସ୍ତାକୁ ଓହ୍ଲାଇ ପାଳିଛନ୍ତି ହୋଲି ପର୍ବ । ଯାହା ଦେଶରେ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଆସୁଅଛି ।