କନକ ବ୍ୟୁରୋ : ଦୀର୍ଘ ୯ ବର୍ଷ ପରେ କଳିଙ୍ଗକୁ ଫେରିଛି ହକି ଇଣ୍ଡିଆ ଲିଗ୍‌ । ଚେନ୍ନାଇ ଏବଂ ରାଞ୍ଚି ପରେ ଆଜିଠୁ ଶେଷ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ । ଘରୋଇ ଗ୍ରାଉଣ୍ଡରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ବେଦାନ୍ତ କଳିଙ୍ଗ ଲାନ୍ସର୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଆଜି ଲାର୍ସର୍ସର ମ୍ୟାଚ୍ ରହିଛି । ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ସହ ସାମିଲ ହୋଇଛନ୍ତି ୮ଟି ଦଳ । ଏସ୍‌ଜି ପାଇପର୍ସ ବିପକ୍ଷରେ ଘରୋଇ ପଡିଆରେ ଅଭିଯାନ ଆରମ୍ଭ କରିବ ଲାନ୍ସସର୍ସ । କଳିଙ୍ଗ ଲାନ୍ସର୍ସ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ ଖେଳି ୪ଟି ଯାକ ବିଜୟ ସହ ୧୧ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି । ଘରୋଇ ଗ୍ରାଉଣ୍ଡରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଦଳ । ହୋମ୍‌ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ ପାଇଁ ବେଶ ଆଶାବାଦୀ ଓଡ଼ିଆ ତାରକା ଅମିତ ରୋହିଦାସ । ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଖେଳୁଛନ୍ତି । 

Advertisment

ଘରୋଇ ଗ୍ରାଉଣ୍ଡରେ ବିଶେଷ କରି ଓଡ଼ିଆ ଯୁବ ଖେଳାଳିଙ୍କ ଉପରେ ରହିଛି ନଜର । ଦୀପସାନ ତୀର୍କି କଳିଙ୍ଗ ଲାନ୍ସର୍ସ ପକ୍ଷରୁ ଖେଳୁଥିବା ବେଳେ ଅମିତ ରୋହିଦାସ ତାମିଲନାଡୁ ଡ୍ରାଗନ୍ସ, ଶିଳାନନ୍ଦ ଲାକ୍ରା ହାଇଦ୍ରାବାଦ ତୁଫାନ୍ସ, ରାଞ୍ଚି ରୟାଲ୍ସ ପକ୍ଷରୁ ଖେଳୁଛନ୍ତି ନୀଲମ ସଞ୍ଜୀପ ଖେସ୍‌ । ପୂର୍ବରୁ ଏହି ଲିଗ୍‌ର କିଛିଟା ମ୍ୟାଚ୍‌ ଚେନ୍ନାଇ ଏବଂ ରାଞ୍ଚିରେ ଖେଳାଯାଇଥିବା ବେଳେ ବାକି ଲିଗ୍‌ ସହ ସେମିଫାଇନାଲ ଏବଂ ଫାଇନାଲ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ୨୨ ତାରିଖ ଯାଏଁ ଚାଲିବ ଲିଗ୍‌ ମ୍ୟାଚ୍‌ । ୨୩ରୁ ଆରମ୍ଭ ହେବ କ୍ୱାଲିଫାୟାର ମ୍ୟାଚ୍‌ । ସେହିଭଳି ଜାନୁଆରି ୨୬ରେ ହେବ ଫାଇନାଲ ମୁକାବିଲା । 

କନକ ବ୍ୟୁରୋ---୧୯ ବର୍ଷରୁ କମ୍ ବିଶ୍ୱକପ: ବାଂଲାଦେଶକୁ ଭାରତର ୨୩୯ ରନ୍‌ର ଲକ୍ଷ୍ୟ