ଦେଶରେ ପୁଣି ବାହାରିଲେ ଏଚ୍‌ଏମ୍‌ପିଭି ପଜିଟିଭ୍ । ନାଗପୁରରେ ୨ ପଜିଟିଭ୍ ଚିହ୍ନଟ ।

Advertisment

କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରକୁ ଡେଇଁଲା ଭୂତାଣୁ । ନାଗପୁରରୁ ୧୩ ଓ ୭ ବର୍ଷର ପିଲା ସଂକ୍ରମିତ ।

କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରକୁ ଡେଇଁଲା ଭୂତାଣୁ । ନାଗପୁରରୁ ୧୩ ଓ ୭ ବର୍ଷର ପିଲା ସଂକ୍ରମିତ ।

ନାଗପୁରରେ ୨ ପଜିଟିଭ୍

ନାଗପୁରରେ ୨ ପଜିଟିଭ୍ Photograph: (kanaknews)

କନକ ବ୍ୟୁରୋ: କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏଚ୍‌ଏମ୍‌ପି ଭାଇରସ୍‌ ଚିହ୍ନଟ । ନାଗପୁରରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ରିପୋର୍ଟରେ ଜଣାପଡିଛି ।

ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ପିଲା ରହିଛନ୍ତି । ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହାପରେ ମହାରାଷ୍ଟ୍ର ସରକାର ଏଚ୍‌ଏମ୍‌ପି ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତଙ୍କ ପାଖରେ ଜ୍ବର, ଥଣ୍ଡା, କାଶ ସମେତ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଉଛି । କୋଭିଡ-୧୯ ଭଳି ଲକ୍ଷଣ ଏଚ୍‌ଏମ୍‌ପିଭିରେ ବି ଦେଖା ଦେଉଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe