କନକ ବ୍ୟୁରୋ: କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏଚ୍ଏମ୍ପି ଭାଇରସ୍ ଚିହ୍ନଟ । ନାଗପୁରରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ରିପୋର୍ଟରେ ଜଣାପଡିଛି ।
ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ପିଲା ରହିଛନ୍ତି । ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହାପରେ ମହାରାଷ୍ଟ୍ର ସରକାର ଏଚ୍ଏମ୍ପି ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତଙ୍କ ପାଖରେ ଜ୍ବର, ଥଣ୍ଡା, କାଶ ସମେତ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଉଛି । କୋଭିଡ-୧୯ ଭଳି ଲକ୍ଷଣ ଏଚ୍ଏମ୍ପିଭିରେ ବି ଦେଖା ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/07/wgYPQCPf5KYRssTfYZQ7.jpg)