କନକ ବ୍ୟୁରୋ : ଆତଙ୍କ ମଚାଇଲାଣି HMPV ଭାଇରସ । ଚୀନ୍ ପରେ ଏବେ ଭାରତରେ ଏହି ଭାଇରସ । ଚୀନ୍ ରେ ଆତଙ୍କ ମଚାଇଥିବା ଭାଇରାସ ଏବେ ଭାରତରେ ପ୍ରବେଶ କରିଛି । ବେଙ୍ଗାଲୁରୁର ୮ ମାସର ପିଲା ଠରେ ମିଳିଛି ଏହି ଭାଇରସ୍ । ଭାରତରେ ଏହା ପ୍ରଥମ କେସ୍ ।
ଏଚଏମପିଭି ଭାଇରସ୍ ପାଇଁ ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା । ତେବେ ଭାରତରେ ଏହି ଭାଇରସକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ ବୋଲି କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଗତ ଶନିବାର ଏକ ବିବୃତି ଜାରି କରି ମନ୍ତ୍ରାଳୟ କହିଥିଲା ଯେ ଚୀନରେ ଏହି ସ୍ଥିତି କିଛି ଅସାଧାରଣ ନୁହେଁ, ଭାରତ ଏହା ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏଚଏମପିଭିର ସ୍ଥିତି ଆକଳନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ଜଏଣ୍ଟ ମନିଟରିଂ ଗ୍ରୁପ୍ ବୈଠକ କରିବାର ଗୋଟିଏ ଦିନ ପରେ ଏହି ବିବୃତ୍ତି ଜାରି କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/06/JgAmdUChARrgXh9vHsEh.jpg)