ବଲାଙ୍ଗୀରରେ ହିଟ୍‌ ଆଣ୍ଡ ରନ୍। ୩ ଜଣଙ୍କ ଉପରେ ମାଡ଼ିଗଲା କାର । ସେପଟେ ଯୋଡାରେ ସ୍କୁଟିକୁ ପିଟିଲା ମଦୁଆ ଡାକ୍ତରଙ୍କ କାର

ବଲାଙ୍ଗୀରରେ ହିଟ୍‌ ଆଣ୍ଡ ରନ୍। ୩ ଜଣଙ୍କ ଉପରେ ମାଡ଼ିଗଲା କାର। ଜଣେ ମୃତ, ୨ ଜଣ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି। ବେଲପଡ଼ା ଥାନା ନୁନହାଣ୍ଡି ଗାଁର ସନସାଇନ୍ ହୋଟେଲର ମାଲିକଙ୍କ ୱାଗନର କାର ମାଡ଼ିଯିବାରୁ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

hit and run

କନକ ବ୍ୟୁରୋ: ବଲାଙ୍ଗୀରରେ ହିଟ୍‌ ଆଣ୍ଡ ରନ୍। ୩ ଜଣଙ୍କ ଉପରେ ମାଡ଼ିଗଲା କାର। ଜଣେ ମୃତ, ୨ ଜଣ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି। ବେଲପଡ଼ା ଥାନା ନୁନହାଣ୍ଡି ଗାଁର ସନସାଇନ୍ ହୋଟେଲର ମାଲିକଙ୍କ ୱାଗନର କାର ମାଡ଼ିଯିବାରୁ  ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବତୀ ଜଣକ ହେଲେ ଭୁଲେଶ୍ବରୀ ମାଝୀ। ୨ ଗୁରୁତରଙ୍କୁ ବଲାଙ୍ଗୀର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକ ଗାଡ଼ିକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିଛି। ତେବେ ହୋଟେଲ ମାଲିକ ଗାଡ଼ି ଶିଖୁଥିବା ବେଳେ ବସଷ୍ଟାଣ୍ଡ ପଡାରେ ଏଭଳି ଅଘଟଣ ଘଟିଛି। ଉତ୍ୟକ୍ତ ଲୋକ ଏକଜୁଟ ହୋଇ ଟାୟାର ଜାଳି କଣ୍ଟାବାଞ୍ଜି ପାଟଣାଗଡ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି। ବଡ଼ କଥା ହେଉଛି, ଯେଉଁ ତିନି ଜଣଙ୍କ ଉପରେ ଗାଡ଼ି ମାଡ଼ିଛି, ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ସେପଟେ ପାଟଣାଗଡ ପରେ ଯୋଡାରୁ ଆସିଲା ହିଟ୍ ଆଣ୍ଡ ରନ୍ ଘଟଣା। ନିଶାସକ୍ତ ଅବସ୍ଥାରେ ସ୍କୁଟିକୁ ପିଟିଲା ମଦ୍ୟପ ଡାକ୍ତରଙ୍କ କାର୍। ମିଳିଥିବା ସୂଚନା ମୁତାବକ, ବଡବିଲର ଏମ.ଡି. ଫାରୁକ ନିଜ ଭାଉଜ ପୁତୁରା ଓ ଝିଆରୀଙ୍କୁ ସ୍କୁଟିରେ ବଜାରରୁ ଘରକୁ ଫେରୁଥିଲେ। ଜାମା ମସଜିଦ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଡାକ୍ତରଙ୍କ କାର, ସ୍କୁଟିକୁ ଧକ୍କା ଦେବା ସହ ୩ ଶହ ମିଟର ଯାଏଁ ଘୋଷାଡି ନେଇଥିଲା। ଦୁର୍ଘଟଣା ସମୟରେ ଡାକ୍ତର ଜଣକ ନିଶାସକ୍ତ ଥିଲେ। ଦୁର୍ଘଟଣା ଘଟାଇଥିବା ଡାକ୍ତର ଜଣକ ହେଉଛନ୍ତି ବଡବିଲ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ହିମାଂଶୁ ଝା। ଦୁର୍ଘଟଣାରେ ସ୍କୁଟି ଚାଳକ ଓ ତାଙ୍କ ଭାଉଜ ଆହତ ହୋଇଥିବା ବେଳେ ଝିଆରୀ ଓ ପୁତୁରା ଗୁରୁତର ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ମଦ୍ୟପ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe